Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜନ୍ମାଷ୍ଟମୀ ଅବସରରେ ସାକ୍ଷୀଗୋପୀନାଥ ମନ୍ଦିରରେ ବିବିଧ କାର୍ଯ୍ୟକ୍ରମ

ସମ୍ବଲପୁର:ସନାତନ ଧର୍ମ ର ଆରାଧ୍ୟ ଭଗବାନ ଶ୍ରୀକୃଷ୍ଣ ଙ୍କ ପବିତ୍ର ଜନ୍ମଦିନ ଜନ୍ମାଷ୍ଟମୀ ସାରା ବିଶ୍ୱ ରେ ପାଳିତ ହୋଇଯାଇଛି । ଆଜିର ଏହି ବିଶେଷ ଦିନଟିକୁ ଉତ୍ସାହ ର ସହିତ ପାଳନ କରିବା ପାଇଁ ଯୁଆଡେ ଦେଖିଲେ ଶ୍ରଦ୍ଧାଲୁ ଙ୍କ ପକ୍ଷରୁ ପୂଜାର୍ଚନା, ହୋମ, ଯଜ୍ଞ, ନାମ କୀର୍ତ୍ତନ ସହିତ ବିବିଧ କାର୍ଯ୍ୟକ୍ରମ ମାନେ ଆୟୋଜିତ ହୋଇ ଯାଇଛି ।
ଏହି ମର୍ମ ରେ ସମ୍ବଲପୁର ସହର ର ପୁରାତନ ମନ୍ଦିର ସାକ୍ଷୀଗୋପୀନାଥ ମନ୍ଦିର ଠାରେ ମଧ୍ୟ ଶ୍ରୀକୃଷ୍ଣ ଙ୍କ ଜନ୍ମୋତ୍ସବ ର ପୂଜାର୍ଚନା ସହିତ ଭକ୍ତିପୂର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସାକ୍ଷୀଗୋପୀନାଥ ଯୁବକ ସଙ୍ଘ ପକ୍ଷରୁ ଆୟୋଜିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ଗୋଧୂଳି ସମୟରେ ଛୋଟ ଛୋଟ ଶିଶୁ ମାନଙ୍କ ମଧ୍ୟରେ ପୋଷାକ ପରିବେଷଣ ଓ ନୃତ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହା ପରେ ସନ୍ଧ୍ୟାରେ ଭଜନ ସନ୍ଧ୍ୟା ର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ପଡିଆବାହାଲ ର ସ୍ୱୟଂ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପରିବେଶିତ ସମ୍ବଲପୁରୀ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଶ୍ରଦ୍ଧାଳୁ ଙ୍କ ମନ ମୋହି ନେଇଥିଲା ।
ସନ୍ଧ୍ୟାରେ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ରେ ଅଞ୍ଚଳ ର ମାନସ ବକ୍ସି, ପ୍ରବୀଣ ସିଂଦେଓ, ଲଲିତ ମୋହନ ଵେବର୍ତ୍ତା, ମହେନ୍ଦ୍ର ପଟ୍ଟନାୟକ, ଅଶୋକ ପଟ୍ଟନାୟକ, ଜ୍ଞାନେନ୍ଦ୍ର ପଟ୍ଟନାୟକ ଉପସ୍ଥିତ ରହି ବିଜେତା ମାନଙ୍କୁ ସମ୍ମାନିତ କରିଥିଲେ ।
ସାକ୍ଷୀଗୋପୀନାଥ ଯୁବକ ସଙ୍ଘ ର ମୁଖ୍ୟ ଦଶରଥ ମେହେର କାର୍ଯ୍ୟକ୍ରମ ଗୁଡିକୁ ପରିଚାଳନା କରିଥିବା ବେଳେ ସାବନ ଵେବର୍ତ୍ତା, ରାଜା ପଟ୍ଟନାୟକ, ମନିଷ ଦୁବେ, ଆୟୁଷ ମହାକୁଡ଼, ଦୀପକ ନାୟକ, ଫୁକୁନ ସାହୁ, ଅରୁଣ ଭୋଇ, ଆଶିଷ ଖାତି, ମୁନ୍ନା ପଟ୍ଟନାୟକ, ସୁଶାନ୍ତ ମୁଣ୍ଡା, ନିଲ ବଗର୍ତ୍ତୀ ପ୍ରମୁଖ ଯୁବକ ମାନେ ସହଯୋଗ କରିଥିଲେ ।
ବିଳମ୍ବିତ ସନ୍ଧ୍ୟାରେ ପ୍ରବୀଣ ସିଂଦେଓ, ରାଜା ମିତ୍ର, ଶ୍ରୀଧର ଦାସ, ପ୍ରସନ୍ନ ବିଶ୍ଵାଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସ୍ୱୟଂ ସାଂସ୍କୃତିକ ଅନୁଷ୍ଠାନ ର କଳାକାର ଙ୍କୁ ସମ୍ମାନିତ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ