Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାରିଙ୍ଗ ନିକଟରେ ସ୍କୁଟି ଓ କାର ମୁହଁ ମୁହିଁ ଧକ୍କା ,ଘଟଣା ସ୍ଥଳରେ ସ୍କୁଟି ଆରୋହି ମୃତ ।

କଳାହାଣ୍ଡି:୨୭/୦୮
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଜାରିଂ ନିକଟ ବଂଜାରି ମନ୍ଦିର ଜାତୀୟ ରାଜପଥ ୨୬ ରେ ସୋମବାର ସନ୍ଧ୍ୟା ୭ ଟା ରେ ସ୍କୁଟି ଓ କାର ମଧ୍ୟରେ ମୁହାଁମୁହିଁ ଧକା ହୋଇଥିଲା । ଏହି ମର୍ମନ୍ତୁତ ଦୁର୍ଘଟଣାରେ ସ୍କୁଟି ଚାଳକ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।ଘଟଣା ସ୍ଥଳରେ ଜୁନାଗଡ଼ ପୋଲିସ ଉପସ୍ଥିତ ହୋଇ ଶବ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜୁନାଗଡ଼ ଡାକ୍ତର ଖାନାକୁ ଆଣିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ମୃତକ ଜଣକ କୋକସରା ଥାନା ଚିଲିଗୁଡା ଗ୍ରାମର ନିଲାଞ୍ଚଳ ନାଗ(୨୫) ବୋଲି ଜଣା ପଡିଛି।ପ୍ରକାଶ ଥାଉକି ସୀମାଞ୍ଚଳ ନାଗ ନିଜ ପରିବାର ସହ ଭବାନୀପଟଣାକୁ କୌଣସି କାମରେ ଯାଇଥିଲେ ।ହେଲେ ପରିବାର ଲୋକେ ଭବାନୀପାଟଣାରେ ହି ରହିଲେ ।ସନ୍ଧ୍ୟାରେ ସେ ନିଜ ଘରକୁ ଓଡି ୦୮ ଏକ୍ସ ୨୧୧୫ ନମ୍ବର ବିଶିଷ୍ଟ ସ୍କୁଟି ଯୋଗେ ଫେରୁଥିବା ବେଳେ ଏହି ଦୁର୍ଘଟଣାରେ ସମ୍ବୁଖିନା ହୋଇଥିଲେ ।ଜୁନାଗଡ଼ ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଦୁର୍ଘଟଣା ଘଟାଇଥିବା କାରକୁ ପୋଲିସ ଜବତ କରିଥିବା ଜଣାଯାଇଛି।

More Stories