Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ନବପଲ୍ଲବ’ କାର୍ଯ୍ୟକ୍ରମ।

କଳାହାଣ୍ଡି:୨୯:୦୮
(ସମୟ ନଷ୍ଟ ନକରି ଭବିଷ୍ୟତ ଗଢ଼ିବାକୁ ଆହ୍ବାନ)
ଯୁକ୍ତଦୁଇ ଜୀବନର ଏକ ଅଗ୍ନିପରୀକ୍ଷାର ସମୟ। ଏବେ ନିଜକୁ ଯେମିତି ଗଢ଼ିବେ, ଭବିଷ୍ୟତରେ ଅନୁରୂପ ସ୍ଥାନରେ ନିଜକୁ ଦେଖିବାକୁ ପାଇବେ। ଏ ସମୟ ଥରେ ଗଲେ ଆଉ ଆସିବନି। ତେଣୁ ସମୟ ନଷ୍ଟ ନକରି ନିଜର, ନିଜ ପରିବାରର, ନିଜ ଗାଁର, ନିଜ ଅଂଚଳର ତଥା ଦେଶର ଭବିଷ୍ୟତ ଗଢ଼ିବା ପାଇଁ ପ୍ରତିଟି ମୁହୂର୍ତ୍ତକୁ ଉପଯୋଗ କରିବା ଆବଶ୍ୟକ ବୋଲି ନବାଗତ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ କରିବା ଅବସରରେ ଅତିଥିମାନେ ମତପ୍ରକାଶ କରିଛନ୍ତି। ଧର୍ମଗଡ ବ୍ଲକ ବେହେରା ସ୍ଥିତ ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ‘ନବପଲ୍ଲବ’ ଶିରୋନାମାରେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷର ଶିକ୍ଷାର୍ଥୀମାନଙ୍କୁ ଫୁଲ, ଚନ୍ଦନ ଦେଇ ସ୍ନେହ, ଶ୍ରଦ୍ଧା, ଶୁଭେଚ୍ଛା ଅର୍ପଣ କରିଥିଲେ। କଲେଜ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ରଞ୍ଜନ କୁମାର ପଣ୍ଡା ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ନିକୁଞ୍ଜ ସାହୁ, ଅଧ୍ୟାପକ ମୋହନ ଚରଣ ବିଶି, ଗ୍ରନ୍ଥାଗାର ସହାୟକ ଫକିର ଚଣ୍ଡି, ଖେଳ ଶିକ୍ଷକ ସୁରେନ୍ଦ୍ର ସାହୁ, ବିଦ୍ୟାଳୟର ପୁରାତନ ଛାତ୍ର ତଥା ଯୁବ କବି ରଜତ ବଂଶଲ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ପରାର୍ମଶ ଦେବା ସହ ଉଜ୍ଜ୍ଵଳ ଭବିଷ୍ୟତ ଗଠନ ପାଇଁ ଦିଗଦର୍ଶନ ପ୍ରଦାନ କରିଥିଲେ। ଏହି ଅବସରରେ ଦ୍ବିତୀୟ ବର୍ଷ ଛାତ୍ରୀ ହେମାଙ୍ଗୀନି ନାଏକ, କୋୟଲ ନାଗ, ମଧୁସ୍ମିତା ସୁନାନୀ ସ୍ଵାଗତ ସଂଗୀତ ପରିବେଷଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀମାନେ ତାଙ୍କ ଅନୁଭୁତି ବର୍ଣ୍ଣନା କରିଥିଲେ। ଦ୍ୱିତୀୟ ବର୍ଷର ଋତୁରାଜ ବାରିକ ଓ ହେମାଙ୍ଗୀନି ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମଣିରାଜ ନାଏକ, ହୁକମତ ରଣା, ହେମରାଜ ଖମାରୀ, କବିତା ନାଏକଙ୍କ ସଂଯୋଜନାରେ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ କୌତୁକ କମେଡି ସହିତ ନୃତ୍ୟ ପରିବେଷଣ କରିଥିଲେ। ପରିଶେଷରେ କର୍ଣ୍ଣ ରଣା ଧନ୍ୟବାଦ ଅର୍ପଣ କରିଥିଲେ। ଅଶୋକ ଚଣ୍ଡୀ, ସାନୁର୍ଯ୍ୟ ଗୋପାଳ ଓ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

More Stories