Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆୟୁଷ୍ମାନ ଆରୋଗ୍ୟ ଶିବିର।

କଳାହାଣ୍ଡି:୩୧/୦୮
ଧର୍ମଗଡ ବ୍ଲକ ପର୍ଲା ସ୍ୱାସ୍ଥ୍ୟ ଗୋଷ୍ଠୀ କେନ୍ଦ୍ର ଠାରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଗୁରୁବାର ଦିନ ଅନୁଷ୍ଠିତ ହୋଇ ଯାଇଛି।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡ଼ଃ ଲିଲି ରାଉତ ଙ୍କ ତତ୍ୱାବଧାନ ରେ ବିଭିନ୍ନ ରୋଗୀ ଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି।ଏଥିରେ ୫୫ଜଣ ସ୍ତ୍ରୀ ଓ ପ୍ରସୂତି ହିତାଧିକାରୀ ଓ ୧୧୧ ଜନ ବିଭିନ୍ନ ରୋଗାକ୍ରାନ୍ତ ରୋଗୀ ଙ୍କୁ ଚିକିତ୍ସା କରାଯାଇ ଥିଲା। ରୋଗୀ ମାନଙ୍କୁ ପରୀକ୍ଷା କରିବା ସହ ଚିକିତ୍ସା ଓ ଔଷଧ ବଣ୍ଟନ ସମେତ ବିଶେଷଜ୍ଞ ଙ୍କ ପରାମର୍ଶ ବେଶ ଲାଭଦାୟକ ହେବ ବୋଲି ରୋଗୀ ମାନେ ଆଶା ପ୍ରକଟ କରିଛନ୍ତି।କାର୍ଯ୍ୟକ୍ରମ ରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ ଗୌରାଙ୍ଗ ଚରଣ ଗିରି,ଡ଼ଃ ଦେବଦତ୍ତ ପଣ୍ଡା,ଡ଼ଃ ଜ୍ଞାନରଞ୍ଜନ ମାଝୀ,ଡ଼ଃ ମୁକେଶ କୁମାର ଶବର,ପିଏଚଇ ଓ-ଚିଦାନନ୍ଦ ପଣ୍ଡା,ବିପିଏମ -ଦୀପକ ବେହେରା,ନର୍ସିଂ ଅଫିସର -ମନୀଷା ନାୟକ, ନମ୍ରତା ପ୍ରଧାନୀ,ନୀଳମଣିମେହେର,ସହିମା ବେଗମ,ଫାର୍ମାସିଷ୍ଟ ଯଶୋବନ୍ତସୁନାନୀ,ଟେକ୍ଲିନସିଏନ-କୈଳାସ ମହାକୁଡୁ, ନବ କିଶୋର ସତନାମୀ ପ୍ରମୁଖ ଉପସ୍ଥିତ ରହିଥିଲେ।

More Stories