Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାଷ ଜମି ରୁ ବିରାଟକାୟ ଅଜଗର ସାପ ଉଦ୍ଧାର।

କଳାହାଣ୍ଡି:୦୧/୦୯
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରା ଡ଼ ଙ୍ଗା ପଞ୍ଚାୟତ କର୍ଲାପଡ଼ା ଏକ ଚାଷ ଜମିରୁ ଉଦ୍ଧାର ହେଲା ୬ ଫୁଟ ଲମ୍ବ ର ଏକ ଅଜଗର ସାପ। ଚାଷି ଜଣକ ମାଛ ଧରିବା ପାଇଁ ଚାଷଜମି ରେ ଜାଲ ଦେଇଥିବା ବେଳେ ମାଛ ଖାଇବାକୁ ଆସି ସେହି ଜାଲ ମଧ୍ୟରେ ଅଜଗର ଟି ଫସି ରହିଥିଲା। ଆଜି ସକାଳୁ ଚାଷି ଜାଲ ରେ ମାଛ ନେବାକୁ ଯାଇଥିବା ବେଳେ ଅଜଗର ସାପ ଟି ଜାଲ ରେ ଥିବା ଦେଖି ସ୍ଥାନୀୟ ଲୋକଙ୍କୁ ଡାକିବା ପରେ ଜାଲ ରୁ ଅଜଗର କୁ ଉଦ୍ଧାର କରି ଆମପାଣି ଜଙ୍ଗଲ ବିଭାଗ କୁ ଖବର ଦେଇଥିଲେ।ପରେ ଜଙ୍ଗଲ ବିଭାଗ କର୍ମଚାରୀ ଆସି ଅଜଗର କୁ ସୁରକ୍ଷିତ ଭାବେ ନେଇ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଛାଡିଥିବା ଜଣାପଡିଛି।
ରିପୋର୍ଟ-ସନତ ପ୍ରଧାନି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ