Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁଭଦ୍ରା ଯୋଜନା ପାଇଁ ଫିସ ନିର୍ଦ୍ଧାରିତ କରିବାକୁ ଗ୍ରାହକ ସେବା କେନ୍ଦ୍ର କର୍ମଚାରୀ ଙ୍କ ଦାବିପତ୍ର

କଳାହାଣ୍ଡି:୦୨/୦୯(ସନତ କୁମାର ପ୍ରଧାନୀ)
ରାଜ୍ୟ ବିଜେପି ସରକାରଙ୍କ ପକ୍ଷରୁ।ମହିଳା ଙ୍କୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ଆର୍ଥିକ ସହାୟତା ପାଇଁ ସୁଭଦ୍ରା ଯୋଜନା ଆରମ୍ଭ ହୋଇଛି।।ଏହି ଯୋଜନାରେ ପଞ୍ଜିକୃତ ମହିଳା ହିତାଧିକାରୀ ଙ୍କୁ ବାର୍ଷିକ ୧୦ ହଜାର ହିସାବରେ ୫ ବର୍ଷ ରେ ୫୦ ହଜାର ସହାୟତା ରାଶି ମିଳିବାର ପ୍ରାବଧାନ ରହିଛି। ସୁଭଦ୍ରା ଯୋଜନା ଅନ ଲାଇନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପ୍ରତି ବ୍ଲକ ରେ ଥିବା ସରକାର ଙ୍କ ଦ୍ଵାରା ରେଜିଷ୍ଟିଭୁକ୍ତ ଗ୍ରାହକ ସେବା କେନ୍ଦ୍ର(ସି ଏସ ସି) ରେ ଅନ ଲାଇନ ଆବେଦନ କରିବାକୁ ନିର୍ଦ୍ଦେଶ ରହିଛି। ତେବେ ଅନ ଲାଇନ କରିବା ପାଇଁ ଗ୍ରାହକ ସେବା କେନ୍ଦ୍ର ପାଇଁ କୌଣସି ନିର୍ଦ୍ଧାରିତ ଫିସ ରାଜ୍ୟ ସରକାରଙ୍କ ପକ୍ଷରୁ ଦେବା ପାଇଁ ଗାଇଡ଼ ଲାଇନ ନାହିଁ। ଏଣୁ ଏହାକୁ ପ୍ରତିବାଦ କରି ସୋମବାର କୋକସରା ବ୍ଲକ ର ୨୨ ପଞ୍ଚାୟତ ରେ ଥିବା ଗ୍ରାହକ ସେବା କେନ୍ଦ୍ର ର ସି ଏସ ସି ,ଭି ଏଲ ଇ ସଙ୍ଘ ପକ୍ଷରୁ ୨ ଦଫା ଦାବିପତ୍ର କୋକସରା ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କ ଅନୁପସ୍ଥିତ ରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ଙ୍କ ଜରିଆରେ ପ୍ରଦାନ କରାଯାଇଛି। ଦାବି ଗୁଡିକ ମଧ୍ୟରେ ଯଦି ସରକାର ମାଗଣା ରେ ହିତାଧିକାରୀଙ୍କ ଅନ ଲାଇନ କରିବାକୁ ଚାହୁଁଛନ୍ତି ତାହେଲେ ମାସିକ ଦରମା ଦେବା ବ୍ୟବସ୍ଥା କରନ୍ତୁ, ନଚେତ ପ୍ରତିଟି ଅନ ଲାଇନ ବାବଦରେ ୧୦୦ ଟଙ୍କା ଫିସ ନିର୍ଦ୍ଧାରିତ କରନ୍ତୁ ବୋଲି ଉଲ୍ଲେଖ ରହିଛି। ଯଦି ଆମ ଦାବି କୁ ଅଣଦେଖା କରିବେ ସଙ୍ଘ ପକ୍ଷରୁ ସୁଭଦ୍ରା ଯୋଜନା ଅନ ଲାଇନ ରେ ଅସହଯୋଗ କରାଯିବ ବୋଲି କହିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ସଙ୍ଘ ର ବିଦ୍ୟାଧର ଖର୍ସେଲ, ଚନ୍ଦ୍ର ଶେଖର ନାଏକ, ତାପସ ରଞ୍ଜନ ବାଗ,ସୋହାନ ରଞ୍ଜନ ଠାକୁର, କୈଳାସ ଚନ୍ଦ୍ର ଗୋପାଳ, ଆକାଶ ସରାବୁ,ବିରେନ୍ଦ୍ର ଖର୍ସେଲ, କୈଳାଶ ଖର୍ସେଲ, ଖଗେଶ୍ୱର କଟା,ଅଭିମନ୍ୟୁ ନାଗ,ଧର୍ମେନ୍ଦ୍ର ନାଗ, ଭୁପେନ୍ଦ୍ର ପୋଢ଼ ସମେତ ସଙ୍ଘ ର ଅନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

More Stories