Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଦଳିତ ସାହିତ୍ୟ ଏକାଡେମୀ ପକ୍ଷରୁ ରୋହିତ ଭୋଇ ସମ୍ମାନିତ

ସମ୍ବଲପୁର:ଓଡ଼ିଶା ସାକ୍କୃତିକ ସମାଜ ଭବନ ସମ୍ବଲପୁର ଠାରେ ରାଜ୍ୟସ୍ତରୀୟ ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ବାର୍ଷିକ ଉତ୍ସବ ଏବଂ କ୍ରାନ୍ତି କବି ଲଳେଇ ଯାଦବଙ୍କ ୧୦୩ତମ ଜନ୍ମ ବାର୍ଷିକ ପାଳନ କରାଯାଇଛି।ଉକ୍ତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡକ୍ଟର ଭୀମରାଓ ଆମ୍ବେଦକର ଓ ଲଳେଇ ଯାଦବଙ୍କ ଫୋଟୋ ଚିତ୍ରରେ ଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ୟ ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା।ମୁଖ୍ୟଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି,ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ,ପଦ୍ମଶ୍ରୀ ଭାଗବତ ପ୍ରଧାନ,ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ, ଜାତୀୟ ସଭାପତି ବିଡିଏସ୍ଏ ଡକ୍ଟର ଏସ ପି ସୌମ୍ୟାଶ୍ୱର ,ରାଜ୍ୟ ସଭାପତି ନିହାଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ।ଅଞ୍ଚଳର ବରିଷ୍ଠ ସମାଜ ସେବୀ,ଲେଖକ,କବି କଳାକାର,ଗାୟକ ଗାୟିକା,ନୃତ୍ୟ ଶିଳ୍ପୀ,ସାମ୍ବାଦିକ ଏବଂ ବଳିଷ୍ଠ ରାଜନୀତିଜ୍ଞ ଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।ଦିବ୍ୟାଙ୍ଗ ରୋହିତ ଭୋଇଙ୍କୁ ଜଣେ ଅକପଟ ସାମ୍ବାଦିକ ଏବଂ ବରିଷ୍ଠ ସମାଜ ସେବୀ ଭାବରେ ସମ୍ମାନିତ ସମ୍ମାନିତ କରାଯାଇଥିଲା।ଆଗାମୀ ଦିନରେ ଆଦିବାସୀ ଦଳିତ ମାନଙ୍କ କଲ୍ୟାଣ ନିମନ୍ତେ ଏସ୍ ସି,ଏସ ଟି ସେଲ୍ ମିସି ଭୀମରାଓ ଆମ୍ବେଦକରଙ୍କ ସମ୍ବିଧାନ ବଚାଓ ହକ ଅଧିକାର ଆନ୍ଦୋଳନ ଜାରି ରହିବ ବୋଲି କହିଥିଲେ l