Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଡ଼ୁଗାଁ ରାମକୃଷ୍ଣ କୌଶିକ ଠାକୁର ପରିବାର ମିଶି ଏକାଠି ଖାଇଲେ ନୂଆଁଖାଇ।

କଳାହାଣ୍ଡି:୦୯/୦୯
ଆସିଛେ ନୂଆଁଖାଇ ସହର ନୁ ଗାଁ ସବୁନେ ଗହ ଗହ ଗାଁ ଖୁଲି, ଯିଏ ଜେନ ନେ ଥିଲେ ବି ନିଜର ମା ମାଟି କେ ଆସି ନୂଆଁଖାଇ ପାଇଁ ପହଞ୍ଚିଛନ। କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ମୁଟ୍ରା ବାହାଳି ଗାଁ ର ବଡ଼ ପରିବାର ରାମକୃଷ୍ଣ କୌଶିକ ଠାକୁର ପରିବାର ସମସ୍ତେ ମିଶି ଏକାସାଙ୍ଗରେ ନୂଆଁଖାଇ ପାଳନ କରିଛନ୍ତି।ପରିବାର ର ମୋଟ ୧୫୦ ଜଣ ଆବାଳ ବୃଦ୍ଧ ବନିତା ଏକାଠି ନୂଆଁଖାଇ ପାଳନ କରି ନିଜ ମଧ୍ୟରେ ରହିଥିବା ଯୌଥ ପରିବାର ର ଭାଇଚାରା ନିଦର୍ଶନ ଦେଇଛନ୍ତି । ଠାକୁର ପରିବାର ର ଇଷ୍ଟ ଦେବୀ ପୂଜକ ସୁଧାଂଶୁ ଶେଖର ଠାକୁର ନିଜର ଇଷ୍ଟ ଦେବାଦେବୀ ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ନୂଆଁ ଚୁଡା ରେ ତିଆରି ହୋଇଥିବା ନବାର୍ଣ୍ଣ କୁ କୁରେଇ ପତ୍ର ରେ ପରିବାର ର ସମସ୍ତ ସଦସ୍ୟ ଙ୍କୁ ଦେବାପରେ ନୂଆଁ ଖାଇ ଥିଲେ ବଡ଼ ରୁ ଛୋଟ। ପରେ ପରମ୍ପରା ମୁତାବକ ବୟୋଜ୍ୟେଷ୍ଠ ଙ୍କୁ ସାନ ମାନେ ଜୁହାର ଭେଟ ହୋଇ ଆଶ୍ରିବାଦ ନେଇଥିଲେ ।ପରେ ସମସ୍ତେ ଏକାଠି ମିଶି କ୍ଷୀରି ପିଠା ସହନୂଆଁଖାଇ ପାଇଁ ପ୍ରସ୍ତୁତ ହୋଇଥିବା ବିଭିନ୍ନ ପ୍ରକାର ବ୍ୟଞ୍ଜନ ଖାଇଥିଲେ। ଘର ର ମହିଳା ମାନେ ଖାଦ୍ୟ ପ୍ରସ୍ତୁତ କରି ସମସ୍ତଙ୍କୁ ସୁଆଦିଆ ବ୍ୟଞ୍ଜନ ପରସିଥିଲେ। ନୂଆଁଖାଇ କାର୍ଯ୍ୟକ୍ରମ ରେ ପରିବାର ର ବରିଷ୍ଠ ସଦସ୍ୟ ତ୍ରିନାଥ ଠାକୁର,ରାଧା ମୋହନ ଠାକୁର, ରାଧେଶ୍ୟାମ ଠାକୁର,କାର୍ତ୍ତିକ ଠାକୁର,ଶ୍ରୀପତି ଠାକୁର, କିଶୋର ଠାକୁର,ଶିଶୁଦେଵ ଠାକୁର, ଚିତ୍ତରଞ୍ଜନ ଠାକୁର , ପ୍ରହଲ୍ଲାଦ ଠାକୁର,ସାରଙ୍ଗ ଧର ଠାକୁର, ଭୁବନେ ଠାକୁର ଓ ଠାକୁର ପରିବାର ର ସମସ୍ତେ ଦୂରଦୂରାନ୍ତର ରୁ ଉପସ୍ଥିତ ରହି ଆନନ୍ଦ ଉଲ୍ଲାସର ସହ ନୂଆଁଖାଇ ପର୍ଵ ପାଳନ କରିଛନ୍ତି। ଏହା ବ୍ୟତୀତ।କୋକସରା ବ୍ଲକ ର ସମସ୍ତ ଗ୍ରାମରେ ନୂଆଁଖାଇ ପାଲନ ହୋଇଛି।