Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଡ଼ୁଗାଁ ବାମଦେବ ଚୌଧୁରୀ ପରିବାର ମିଶି ଏକାଠି ଖାଇଲେ ନୂଆଁଖାଇ।

କଳାହାଣ୍ଡି:୦୯/୦୯
ଆସିଛେ ନୂଆଁଖାଇ ସହର ନୁ ଗାଁ ସବୁନେ ଗହ ଗହ ଗାଁ ଖୁଲି, ଯିଏ ଜେନ ନେ ଥିଲେ ବି ନିଜର ମା ମାଟି କେ ଆସି ନୂଆଁଖାଇ ପାଇଁ ପହଞ୍ଚିଛନ। କୋକସରା ବ୍ଲକ ଲଡୁଗାଁ ଗାଁ ର ବାମଦେବ ଚୌଧୁରୀ ଙ୍କ ଯୌଥ ପରିବାର ସମସ୍ତେ ମିଶି ଏକାସାଙ୍ଗରେ ନୂଆଁଖାଇ ପାଳନ କରିଛନ୍ତି।ପରିବାର ର ମୋଟ ୧୦୦ ନୁ ଜହ ସଦସ୍ୟ ଏକାଠି ଶରତ ଚନ୍ଦ୍ର ଚୌଧୁରୀ ଙ୍କ ବାସ ଭବନ ରେ ନୂଆଁଖାଇ ପାଳନ କରି ନିଜ ମଧ୍ୟରେ ରହିଥିବା ଯୌଥ ପରିବାର ର ଭାଇଚାରା ନିଦର୍ଶନ ଦେଇଛନ୍ତି । ଚୌଧୁରୀ ପରିବାର ର ଇଷ୍ଟ ଦେବୀ ପୂଜକ ନିଜର ଇଷ୍ଟ ଦେବାଦେବୀ ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ନୂଆଁ ଚୁଡା ରେ ତିଆରି ହୋଇଥିବା ନବାର୍ଣ୍ଣ କୁ କୁରେଇ ପତ୍ର ରେ ପରିବାର ର ସମସ୍ତ ସଦସ୍ୟ ଙ୍କୁ ଦେବାପରେ ନୂଆଁ ଖାଇ ଥିଲେ ବଡ଼ ରୁ ଛୋଟ। ପରେ ପରମ୍ପରା ମୁତାବକ ବୟୋଜ୍ୟେଷ୍ଠ ଙ୍କୁ ସାନ ମାନେ ଜୁହାର ଭେଟ ହୋଇ ଆଶ୍ରିବାଦ ନେଇଥିଲେ ।ପରେ ସମସ୍ତେ ଏକାଠି ମିଶି କ୍ଷୀରି ପିଠା ସହନୂଆଁଖାଇ ପାଇଁ ପ୍ରସ୍ତୁତ ହୋଇଥିବା ବିଭିନ୍ନ ପ୍ରକାର ବ୍ୟଞ୍ଜନ ଖାଇଥିଲେ। ଘର ର ମହିଳା ମାନେ ଖାଦ୍ୟ ପ୍ରସ୍ତୁତ କରି ସମସ୍ତଙ୍କୁ ସୁଆଦିଆ ବ୍ୟଞ୍ଜନ ପରସିଥିଲେ। ନୂଆଁଖାଇ କାର୍ଯ୍ୟକ୍ରମ ରେ ର ବରିଷ୍ଠ ସଦସ୍ୟ ଖଗେଶ୍ବର ଚୌଧୁରୀ, କୈଳାସ ଚନ୍ଦ୍ର ଚୌଧୁରୀ, ଧବଳେଶ୍ୱର ଚୌଧୁରୀ, ଶରତ ଚନ୍ଦ୍ର ଚୌଧୁରୀ ଚୌଧୁରୀ,ଜମ୍ବେଶ୍ୱର ଚୌଧୁରୀ, ପଙ୍କଜ ମୁଖ ଚୌଧୁରୀ, ସବ୍ୟସାଚୀ ଚୌଧୁରୀ ସମେତ ପରିବାର ର ସମସ୍ତେ ଦୂରଦୂରାନ୍ତର ରୁ ନୂଆଁଖାଇ ପର୍ଵ ରେ ଉପସ୍ଥିତ ରହି ଆନନ୍ଦ ଉଲ୍ଲାସର ସହ ନୂଆଁଖାଇ ପର୍ଵ ପାଳନ କରିଛନ୍ତି।

More Stories