Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍କଟଲାଣ୍ଡ ରେ ପ୍ରବାସୀ ପଶ୍ଚିମ ଓଡିଶା ବାସୀ ଙ୍କ ତରଫରୁ ଧୂମଧାମରେ ନୂଆଖାଇ ପାଳିତ ।

କଳାହାଣ୍ଡି:୧୦/୯/୨୪:
ନୂଆଖାଇ କେବଳ ଯେ ପଶ୍ଚିମ ଓଡିଶା ରେ ସୀମିତ ହୋଇ ରହି ନାହିଁ । ଦେଶ ଓ ବିଦେଶର କୋଣ ଅନୁକୋଣରେ ଏହାକୁ ଧୂମଧାମରେ ପାଳନ କରୁଛନ୍ତି ପଶ୍ଚିମ ଓଡିଶା ବାସୀ । ଏହି ପରିପେକ୍ଷୀରେ ସ୍କଟଲାଣ୍ଡ ଠାରେ ରହୁଥିବା ପ୍ରବାସୀ ଓଡିଆ ପାରମ୍ପରିକ ଢଙ୍ଗରେ ଏହାକୁ ଧୂମଧାମରେ ପାଳନ କରିଛନ୍ତି। ୟୁକେ ର ସ୍କଟଲାଣ୍ଡ ର ଗ୍ଲାସକୋ ସହରର ସେଣ୍ଟ୍ରାଲ କମ୍ୟୁନିଟି ହଲ ଠାରେ ମହା ସମାରୋହରେ ପାଳନ କରାଯାଇଛି ଓଡିଶା ସୋସାଇଟି ଅଫ୍ ସ୍କଟଲାଣ୍ଡ ଏବଂ ଜୁହାର ପରିବାର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସମସ୍ତ ଓଡିଆ ନିର୍ଧାରିତ ଲଗ୍ନ ରେ ଇଷ୍ଟଦେବୀ ସମଲେଇ ଙ୍କ ପାଖରେ ନୂଆଅନ୍ନ ଖିରିପିଠା ଅର୍ପଣ କରି ସାମୁହିକ ନବାନ୍ନ ଭକ୍ଷଣ କରିଥିଲେ । ପରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନୂଆଖାଇ ପାଇଁ ସ୍କଟଲାଣ୍ଡ ଠାରେ ରହୁଥିବା ପ୍ରବାସୀ ଓଡିଆ ଙ୍କୁ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା, ଅଭିନେତା ସବ୍ୟସାଚୀ ମିଶ୍ର, କଂଗ୍ରେସ ନେତା ଭକ୍ତ ଚରଣ ଦାସ,ଧର୍ମଗଡ ବିଧାୟକ ସୁଧିର ପଟ୍ଟଯୋଷୀ,ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ,ହକି ତାରକା ଦିଲିପ ତିର୍କୀ,ଅଭିନେତା କୁନା ତ୍ରିପାଠୀ ପ୍ରମୁଖ ଭିଡିଓ ବାର୍ତ୍ତା ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି ।

More Stories