ସମ୍ବଲପୁର: ଯୁଯୋମୁରା ବ୍ଲକ ମହୁଲପାଲି ସ୍ଥିତ ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଓ ଆମିଲିପାନି ସ୍ଥିତ ବିବେକାନନ୍ଦ ଆଶ୍ରମର ମିଳିତ ଆନୁକୂଲ୍ୟରେ ବିଶ୍ୱ ଭାତୃତ୍ଵ ଦିବସ ପାଳନ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଗିରିଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଜମନକିରା ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ବିବେକାନନ୍ଦ କେନ୍ଦ୍ର ନଗର ପ୍ରମୁଖ ଡଃ ବସନ୍ତ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ପ୍ରାରମ୍ଭରେ ସ୍ୱାମୀ ବିବେକାନନ୍ଦଙ୍କ ଫୋଟୋ ଚିତ୍ରରେ ଦୀପ ପ୍ରଜ୍ଵଳନ ସହ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଶାନ୍ତି ମନ୍ତ୍ର ଓ ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ପୂର୍ବରୁ ଅନୁଷ୍ଠିତ ବିବେକାନନ୍ଦ ଙ୍କ ଜୀବନି ଆଧାରିତ କ୍ଵିଜ ପ୍ରତିଯୋଗିତାର କୃତି ଛାତ୍ରୀ ରାଜେସ୍ଵରି ପ୍ରଧାନ ,ମୀନା ବିନଝାଲ୍ ଓ ବବିତା ବାଗ ଙ୍କୁ ମଞ୍ଚାସିନ ଅତିଥି ମାନେ ମାନ ପତ୍ର ସହ ପୁରସ୍କୃତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ମନୋଜ ସାହୁ, ଆମିଲିପାନି ସ୍ଥିତ ବିବେକାନନ୍ଦ ଆଶ୍ରମ ପ୍ରମୁଖ ପ୍ରତାପ ପ୍ରଧାନ , ନୀଳକଣ୍ଠ ଧଳ ମଞ୍ଚରେ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିବା ବେଲେ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଶାନ୍ତନୁ ପଧାନ ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ।