Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭତରା ସମାଜ ପକ୍ଷରୁ ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ, ସମାଜ କୁ ଶୃଙ୍ଖଳିତ ରଖିବାକୁ ଆହ୍ୱାନ।

କଳାହାଣ୍ଡି:୧୫/୦୯(ସନତ କୁମାର ପ୍ରଧାନୀ)
ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ସରିଥିଲେ ମଧ୍ୟ ସମାଜ କୁ ସଙ୍ଗଠିତ ଓ ଭାଇଚାରା କୁ ଏକତା ଡୋରି ରେ ବାନ୍ଧି ରଖିବାକୁ ବିଭିନ୍ନ ସଂଗଠନ ଓ ଅନୁଷ୍ଠାନ ପକ୍ଷରୁ ନୂଆଁଖାଇ ଜୁହାର ଭେଟ କାର୍ଯ୍ୟକ୍ରମ ଜାରି ରହିଛି। କଳାହାଣ୍ଡି ଜିଲ୍ଲା ଭତରା ସମାଜ ପକ୍ଷରୁ ରବିବାର କୋକସରା ବ୍ଲକ ର ଶିଉନି ଗ୍ରାମ ଭତରା ସମାଜ ର ଆରାଧ୍ୟ ଭୈରବ ଦେବ ଙ୍କ ମନ୍ଦିର ପରିସରରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭତରା ସମାଜ ର ଗ୍ରାମ୍ୟ ପୁଜକ ହିମାଞ୍ଚଳ ପୁଝାରି ଙ୍କ ଘରୁ ପାରମ୍ପରିକ ପୂଜା ସାମଗ୍ରୀ ଭୈରବ ଦେବ ମନ୍ଦିର ରେ ପହଞ୍ଚିବା ପରେ ଭୈରଵ ଦେବ ଓ ଦନ୍ତେଶ୍ୱରୀ ଙ୍କ ନିକଟରେ ନୂଆ ଧାନ ଚୁଡା ଅର୍ପଣ କରି ସାମୁହିକ ନବାର୍ଣ୍ଣ ଭକ୍ଷଣ କରିଥିଲେ। ପରେ ସମାଜ ର ସମସ୍ତେ ନିଜ ନିଜ ମଧ୍ୟରେ ଜୁହାର ଭେଟ ହୋଇଥିଲେ।ପରେ ସାମାଜିକ କର୍ମକର୍ତ୍ତା ଙ୍କୁ ନେଇ ନୂଆଁଖାଇ ଭେଟଘାଟ ଅବସର ରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭତରା ସମାଜ ର ଜିଲ୍ଲା ସଭାପତି କୈଳାଶ ଚନ୍ଦ୍ର ମାଝୀ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଲବିକା କେଶରୀ ଦେଓ ମୁଖ୍ୟ ବକ୍ତା ଭାବେ ବନମାଳୀ ମାଝୀ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ,ପୂର୍ବତନ ଜିଲ୍ଲା ସଭାପତି ନୀଳକଣ୍ଠ ମାଝୀ, ଗରୁଡ଼ ଧ୍ଵଜ ମାଝୀ,ବୃନ୍ଦାବନ ପୂଜାରୀ,ଗୋପିଚନ ନାଏକ, ଟେମରା ସରପଞ୍ଚ କ୍ଷେତିରାମ ପାତ୍ର, ଘନଶ୍ୟାମ ନାଏକ, ସୁଧୀର ପାତ୍ର ମଞ୍ଚ ରେ ଅତିଥି ଭାବେ ଉପସ୍ଥିତ ଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ଋତୁରାଜ ମାଝୀ ସ୍ୱାଗତ ଅଭିଭାଷଣ ରଖିଥିଲେ। ଏହି ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ଏକତା ଓ ଭାଇଚାରା କୁ ଏକ ସୂତ୍ର ରେ ଯୋଡି ରଖିଥାଉ ବୋଳି ଅତିଥିମାନେ କହିଥିଲେ। ଏହି ଅବସର ରେ ଆଦିବାସୀ ସାଂସ୍କୃତିକ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନୂଆଁଖାଇ ଭେଟ କାର୍ଯ୍ୟକ୍ରମ କୁ ସୁଧୀର କୁମାର ଧଙ୍ଗଡା ମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ ରଣସାଏ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କୋକସରା ବ୍ଲକ ତଥା ଶିଉନି ଗ୍ରାମ ର ସାମାଜିକ କର୍ମକର୍ତ୍ତା ଓ ମହିଳା ମାନେ ଉପସ୍ଥିତ ରହି ଏହି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ।