Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି କୋକସରା ମଣ୍ଡଳ ପକ୍ଷରୁ ସେବା ସପ୍ତାହ ପାଳନ,ରୋଗୀ ଙ୍କୁ ଫଳମୂଳ ବାଣ୍ଟିଲେ କର୍ମୀ।

କଳାହାଣ୍ଡି:୨୬/୦୯
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଭାରତୀୟ ଜନତା ପାର୍ଟି ପକ୍ଷରୁ ଗୁରୁବାର ସେବା ସପ୍ତାହ ଅବସର ରେ କୋକସରା ବିଜେପି ମଣ୍ଡଳ ପକ୍ଷରୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୋଗୀ ଙ୍କୁ ଫଳମୂଳ ବଣ୍ଟନ କରିବା ସହ ସେମାନଙ୍କର ସେବାଜତ୍ନ କେମିତି ହେଉଛି ସେ ନେଇ ସ୍ଥାନୀୟ ସ୍ୱାସ୍ଥ୍ୟ କର୍ମଚାରୀ ଙ୍କ ସହ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ରେ ପୂର୍ବତନ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ଯୁଗଳ କିଶୋର ପୋଢ଼, ଜିଲ୍ଲା ସମ୍ପାଦକ ଜୟ ଶଙ୍କର ନାଏକ, ମଣ୍ଡଳ ସଭାପତି ଦୁର୍ଗା ପ୍ରଧାନୀ, ସମ୍ପାଦକ ତ୍ରିନାଥ ଶବର, ମଣ୍ଡଳ ପ୍ରଭାରୀ ଗରୁଡ ଧ୍ଵଜ ମାଝୀ ,ଉପ ସଭାପତି ମୁକୁନ୍ଦ ପଟ୍ଟନାୟକ, ଯୁବ ମୋର୍ଚ୍ଚା ସଦସ୍ୟ ବସନ୍ତ ନାଗ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ନରେନ୍ଦ୍ର ପ୍ରଧାନୀ, ସୁଶିଳ କୁମାର ପାଢୀ, ନବୀନ କିଶୋର ପ୍ରଧାନୀ,ରତନ ମାଝୀ, କାର୍ତ୍ତିକ ଶର୍ମା,ପ୍ରମୋଦ ପ୍ରଧାନୀ, ପଞ୍ଚାନନ ବେଶ୍ରା, ଶାରଳା ପ୍ରଧାନୀ,ଭାବଗ୍ରାହୀ ପ୍ରଧାନୀ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।