Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଥମୁନି ଦାଦନ ଯନ୍ତ୍ରଣା, ଗାଁ କୁ ଫେରିଲା ଶ୍ରମିକ ଙ୍କ ମୃତ ଶରିର।

କଳାହାଣ୍ଡି:୨୬/୦୯
ରିପୋର୍ଟ-ସନତ ପ୍ରଧାନୀ
ଗାଁ କୁ ପୁଣି ଫେରିଲା ଦାଦନ ଶ୍ରମିକ ଙ୍କ ମୃତ ଶବ। ବାହୁନି ବାହୁନି କାନ୍ଦୁଛନ୍ତି ସ୍ତ୍ରୀ ଓ ପିଲାଛୁଆ,ଗାଁ ରେ ଖେଳି ଯାଇଛି ଶୋକାକୁଳ ପରିବେଶ।କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ବିଗତ କିଛି ମାସ ମଧ୍ୟରେ ୫/୬ ଜଣ ଦାଦନ ଙ୍କ ଶବ ଭିଟାମାଟି କୁ ଫେରିଥିବା ବେଳେ ପୁଣି ଏକ ଅଙ୍କ ଯୋଡି ହୋଇଛି। କୋକସରା ବ୍ଲକ ଆମପାଣି ଥାନା ଡୁଡ଼ୁକାଠେଙ୍ଗା ପଞ୍ଚାୟତ ଖଳୀଗଡ ନୂଆପଡା ର ଯୋଗୀ ଧଙ୍ଗଡାମାଝୀ (୫୪) ଗତ ତିନି ମାସ ତଳେ ଦାଦନ ଖଟିବାକୁ ବାଙ୍ଗାଲୋର ର କାଳକେରି ମଞ୍ଝୁଲା ନଗର ଠାରେ କାମ କରିବାକୁ ଯାଇଥିଲେ।ସେଠାରେ କୌଣସି ଏକ ଘରୋଇ ଠିକାସଂସ୍ଥାରେ ନିୟୋଜିତ ଥିଲେ। ତେବେ ଗତକାଲି ଅପରାହ୍ନରେ ଜ୍ୱର ଓ ଛାତି ଯନ୍ତ୍ରଣା ହେବାରୁ ସ୍ଥାନୀୟ ଏକ ଡାକ୍ତରଖାନାରେ ଯାଇ ଚିକିତ୍ସିତ ହୋଇଥିଲେ।ଟିକେ ସୁସ୍ଥ ହେବାପରେ ନିଜ ରହୁଥିବା ସ୍ଥାନ କୁ ଫେରିଥିବା ବେଳେ ପୁଣି ଛାତି ଯନ୍ତ୍ରଣା ହେବାରୁ ନିଜ ବସା ରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁ ପରେ ଠିକାସଂସ୍ଥା ଏକ ଆମ୍ବୁଲାନ୍ସ ଯୋଗେ ମୃତ ଦାଦନ ଶ୍ରମିକଙ୍କ ଶବ କୁ ଗାଁକୁ ପଠାଇଥିବା ବେଳେ ଗୁରୁବାର ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।ମୃତ ଶ୍ରମିକଙ୍କ ଶବ କୁ ଗାଁ ମଶାଣିରେ ଦାହ କରାଯାଇଛି। ତେବେ ଗତ ଦୁଇ ତିନି ମାସ ମଧ୍ୟରେ କୋକସରା ବ୍ଲକରେ ବାରମ୍ୱାର ଦାଦନ ଶ୍ରମିକ ଙ୍କ ମୃତ ଶରୀର ଫେରୁଥିବା ବେଳେ ଜିଲ୍ଲା ଶ୍ରମ ବିଭାଗ ଘଟଣା କୁ ଗୁରୁତ୍ୱ ଦେଇ ଦାଦନ ଚାଲାଣ ରୋକିବା ଦିଗରେ ଦୃଷ୍ଟି ଦେବାକୁ ସାଧାରଣ ରେ ମତ ପ୍ରକାଶ ପାଇଛି।