Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡାଳଗୁମା ଆଞ୍ଚଳିକ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

କଳାହାଣ୍ଡି:୦୧/୧୦
କଳାହାଣ୍ଡି ଜିଲ୍ଲା,କୋକସରା ବ୍ଲକ, ଖପରାମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡାଳଗୁମା ଆଞ୍ଚଳିକ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଅନୁଷ୍ଠିତ ହୋଇ ଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜନ୍ମେଜୟ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ସୁରଭି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ଧରୁଆ ପଡ଼ା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିପିନ୍ ବିହାରୀ ମାଝୀ, ସମ୍ମାନୀତ ଅତିଥି ଭାବରେ ଡାଳଗୁମା ସି ଆର୍ ସି ସି ଶ୍ରୀଯୁକ୍ତ ଈଶ୍ୱର ନାଏକ , ତେନ୍ତୁଲିପଡ଼ା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଉଦ୍ଧବ ଧରୁଆ, ଜି ଏମ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ସଜୀବ ଅପୁ , ମୂଖ୍ୟ ବକ୍ତା ଭାବରେ ବନ୍ଦପଡ଼ା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜ କିଶୋର ଭୋଇ , ଖପରାମାଲ ଗ୍ରାମର ଶ୍ରୀଯୁକ୍ତ ଅଗସ୍ତି ରାଉତ, ଅଗସ୍ତି ପୂଝାରୀ ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଗୀତ, ବକୃତା, ଚିତ୍ରାଙ୍କନ, ରଚନା, ନୃତ୍ୟ ପ୍ରତିଯୋଗିତାର ଆୟୋଜନ କରାଯାଇ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଦେଇ ପୁରସ୍କୃତ କରା ଯାଇଥିଲା।ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ କୁବେର ମାଝି ସଂଯୋଜନା କରିଥିବା ବେଳେ ଶିକ୍ଷକ ରମାକାନ୍ତ ଗୌଡା, ପରମାନନ୍ଦ ରଣା, ସୁବାସ ଚନ୍ଦ୍ର ପୁଝାରୀ, ନାରାୟଣ କେତକୀ, ଅବିନାଶ ଜେନା, ଅସିତ୍ କୁମାର ପରିଡ଼ା, ଚଞ୍ଚଳ ବାଗ , ଦିଗ ବିଜୟ ନାଏକ,ଶିକ୍ଷୟତ୍ରୀ ବାସନ୍ତୀ ସୁନାନୀ, ହେମା ମାଳିନୀ ଚନ୍ଦନ, ଯାଜ୍ଞସେନି ଧରୁଆ, ସୁଜାତା କର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।