Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିଶୁ ଙ୍କ ପ୍ରତିଭା କୁ ଆଗକୁ ଆଣିବ ସୁରଭି ଶିଶୁ।ମହୋତ୍ସବ,ଲଡୁଗାଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

କଳାହାଣ୍ଡି:୦୧/୧୦
ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟରେ ଅନ୍ତର୍ନିହିତ ପ୍ରତିଭା କୁ ଲୋକ ଲୋଚନ କୁ ଆଣିବା ପାଇଁ ପ୍ରତି ବର୍ଷ ଆୟୋଜନ ହେଉଛି ଶିଶୁ ମହତ6 ସୁରଭି କାର୍ଯ୍ୟକ୍ରମ। କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅଧୀନରେ ଥିବା ଲଡୁଗାଁ କ୍ଲଷ୍ଟର ରେ ସୋମବାର ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଲଡୁଗାଁ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସିଆରସି ଫାଲଗୁନି ବାଣୁଆ ଙ୍କ ତତ୍ୱାବଧାନ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ମୁଖ୍ୟ ବକ୍ତା ଭାବେ ପ୍ରଧାନ ଶିକ୍ଷକ ବୁଦ୍ଧିରାମ ନାଏକ ସମ୍ମାନିତ ଅତିଥି ଭାବେ ରବି ନାରାୟଣ ଦାସ ଉପସ୍ଥିତ ରହି ସୁରଭି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବା ୧୭ ଗୋଟି ସ୍କୁଲ ର ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ବ୍ଲକ ସ୍ତରୀୟ ସୁରଭି ମହୋତ୍ସବ ପାଇଁ ଚୟନ କରାଯାଇଛି। କାର୍ଯ୍ୟକ୍ରମ କୁ ଲଡୁଗାଁ କ୍ଲଷ୍ଟର ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।