Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା।ଅନୁଷ୍ଠିତ, ଯୋଗଦେଲେ ୨୪ ହାଇସ୍କୁଲ ର ଛାତ୍ରଛାତ୍ରୀ।

କଳାହାଣ୍ଡି:୦୨/୧୦
କୋକସରା ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ମଙ୍ଗଳବାର କୋକସରା ଜବାହାର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। କ୍ରୀଡା ଉତ୍ସବ ଉଦଘାଟନି କାର୍ଯ୍ୟକ୍ରମ ରେ ନୋଡାଲ କ୍ରୀଡା ଶିକ୍ଷକ ଅମିତ କୁମାର ମହାନ୍ତି ଙ୍କ ନେତୃତ୍ୱରେ ବ୍ଲକ ର ୨୨ ଉଚ୍ଚ ବିଦ୍ୟାଳୟ ରୁ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ଉଦଘାଟନି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କୋକସରା ବିଇଓ ସୁଶ୍ରୀ ରଶ୍ମିତା ନେତମ ମୁଖ୍ୟ ବକ୍ତା ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ଯୋଗଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହ କ୍ରୀଡା ପତାକା କୁ ଉତ୍ତୋଳନ କରିଥିଲେ। ଏହି ଅବସର ରେ ଜୁନିୟର ବର୍ଗ ରେ ଅଣ୍ଡର ୧୪ ଓ ସିନିୟର ବର୍ଗ ରେ ଅଣ୍ଡର ୧୯ ବର୍ଷ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ୧୦୦,୨୦୦,୪୦୦ ମିଟର ରନ ,ହାଇଜମ୍ପ,ଲଙ୍ଗଜମ୍ପ,କବାଡି,ଭଳିବଲ ଓ ଅନ୍ୟ କ୍ରୀଡା ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ରେ ଉଦଯାପିତ କାର୍ଯ୍ୟକ୍ରମ ରେ ଜବାହାର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ଙ୍କ ସଭାପତିତ୍ୱ ରେ କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ,ବିଆରସିସି ତୋଫାନ ମାଝୀ,ଓଡିଶା ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷା ନିଝୁମା ରାଣୀ ପଣ୍ଡିତ, ଶିକ୍ଷାବିଦ ଅଶୋକ କୁମାର ଦାସ, ନୋଡାଲ ସିଆରସି ବୈକୁଣ୍ଠ ଜାଲ,ନେଗିଗୁଡା ହାଇସ୍କୁଲ ପ୍ରଧାନ ଶିକ୍ଷକ ଯୁବରାଜ ଜାଲ, ବରିଷ୍ଠ ଶିକ୍ଷକ ସଞ୍ଜୀବ ପାଢ଼ୀ,ଉପସ୍ଥିତ ରହି ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଖେଳାଳି ଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ। କ୍ରୀଡା ପ୍ରତିଯୋଗିତା କୁ ୨୪ ହାଇସ୍କୁଲ ର ଖେଳ ଶିକ୍ଷକ ମାନେ ପରିଚାଳନା କରିଥିଲେ । ମଞ୍ଚ ପରିଚାଳନା ରେ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିବା ବେଳେ ପରିଶେଷରେ ଶିକ୍ଷକ ହେମନ୍ତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।