Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟେମରା ଠାରେ ଦଶ ଅବତାର ଦୁର୍ଗା ପୂଜା କଲସ ଯାତ୍ରା ସହ ଆରମ୍ଭ।

କଳାହାଣ୍ଡି:୦୩/୧୦
ପାର୍ବଣ ଋତୁ ଧରା ପୃଷ୍ଠ କୁ ଆସିଛି।ତାସହିତ ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି। କୋକସରା ବ୍ଲକ ଟେମରା ଗ୍ରାମ ରେ ଚଳିତ ବର୍ଷ ଦଶବତାର ଦୁର୍ଗା ପୂଜା ମହାସମାରୋହ ରେ ଆୟୋଜନ ହେଉଥିବା ବେଳେ ବୁଧବାର ଅପରାହ୍ନ ରେ ପୂର୍ବ ନିର୍ଦ୍ଧାରିତ ରୀତିନୀତି ଅନୁଯାୟୀ ଅଧିବାସ ଓ ୧୦୮ କଲସ ଯାତ୍ରା ସହ ଦୁର୍ଗା ପୂଜା ଆରମ୍ଭ ହୋଇଛି। ଦୁର୍ଗା ପୂଜା କମିଟି ପକ୍ଷରୁ ମୁଖ୍ୟ ପୂଜା କର୍ତ୍ତା ଅଶୋକ କୁମାର ଦାସ ସୁଭାସିନି ଦାସ ସପତ୍ନୀକ ଙ୍କୁ ତାଙ୍କ ବାସଗୃହ ରୁ କମିଟି ପକ୍ଷରୁ ବରଣ କରିବା ସହ ଘଣ୍ଟ,ସଂକୀର୍ତ୍ତନ ଦଳ ର ସମାହାର ରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ପୂଜା ମଣ୍ଡପ କୁ ଆସିବା ପରେ ସେଠାରୁ ଗ୍ରାମର ଶତାଧିକ ମହିଳା, ଯୁବତୀ ମାନେ ୧୦୮ କଳସ ଶୋଭାଯାତ୍ରାରେ ଗ୍ରାମ ନିକଟସ୍ଥ ପୋଖରୀ ରୁ ପଣ୍ଡିତ ଙ୍କ ମନ୍ତ୍ର ଉଚ୍ଚାରଣ ପରେ ପବିତ୍ର ଜଳ କଳସ ରେ ନେଇ ପୂଜା ମଣ୍ଡପ ରେ ନେଇ ସ୍ଥାପନ କରିଥିଲେ। ଦଶାବତାର ପୂଜା ପାଇଁ ମୁଖ୍ୟ କର୍ତ୍ତା ବ୍ୟତୀତ ଅନ୍ୟ ୧୩ ଜଣ ସପତ୍ନୀକ କର୍ତ୍ତା ରହିଛନ୍ତି।କମିଟିର ସଭାପତି କ୍ଷିତିରାମ ପାତ୍ର,ଉପ ସଭାପତି ସୁଧୀର ପାତ୍ର, ସମ୍ପାଦକ ଅଶୋକ କୁମାର ଦାସ, ସହ ସମ୍ପାଦକ ରୋହିତ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଶଙ୍କର ସତନାମୀ, ହେମନ୍ତ ବାଣୁଆ, ଦୁଷ୍ମନ୍ତ କୁମାର ପାତ୍ର, ଦେବରାଜ ମାଝୀ, ସୁବାଷ ପାତ୍ର, ଟୋପେଶ୍ୱର ମାଝୀ, ରାଜେନ୍ଦ୍ର ନାଏକ,କ୍ଷୀରସିନ୍ଧୁ ହଂସ, ବିଶ୍ୱ ରଞ୍ଜନ ସାହୁ ଓ ଟେମରା ଅଞ୍ଚଳ ର ଗ୍ରାମବାସୀ ମାନେ ଉପସ୍ଥିତ ରହି ମହା ଆଡମ୍ବରରେ ଦୁର୍ଗା ପୂଜା ପାଇଁ ଭାଇଚାରା ର ନିଦର୍ଶନ କରିଛନ୍ତି।ଆସନ୍ତା ୧୦ ଦିନ ଧରି ଦୁର୍ଗା ପୂଜା ଅବସର ରେ ଅନେକ ମନୋରଞ୍ଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କମିଟି ପକ୍ଷରୁ ରଖାଯାଇଛି।
ରିପୋର୍ଟ–ସନତ କୁମାର ପ୍ରଧାନୀ