Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଡୁଗାଁ ମାରୱାଡି ସମାଜ ପକ୍ଷରୁ ଅଗ୍ରସେନ ଜୟନ୍ତୀ ମହା ଆଡମ୍ବରରେ ପାଳନ

କଳାହାଣ୍ଡି:୦୪/୧୦
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ରେ ମାରୱାଡି ସମାଜ ପକ୍ଷରୁ ବୁଧବାର ଅଗ୍ରସେନ ଜୟନ୍ତୀ ମହା ଆଡମ୍ବର ରେ ପାଳନ କରାଯାଇଛି। ସମାଜ ପକ୍ଷରୁ ଅଗ୍ରସେନ ଙ୍କ ପ୍ରତିମା ଥିବା ସୁସଜ୍ଜିତ ରଥ କୁ ଏକ ବିରାଟ ପଟୁଆର ରେ ମାରୱାଡି ସମାଜ ର ଶତାଧିକ ପୁରୁଷ,ମହିଳା, ଯୁବକ ଯୁବତୀ, ମାନେ ସାମିଲ ହୋଇ ନଗର ପରିକ୍ରମା ରେ ବାହାରି ମାମୋ ଦେବୀ ସ୍ମୃତି ଭବନ ରୁ ହନୁମାନ ମନ୍ଦିର ଛକ ଓ ଶିଶୁ ମନ୍ଦିର ଛକ ପର୍ଯ୍ୟନ୍ତ ପରିକ୍ରମା କରିଥିଲେ। ଏହି ଅବସର ରେ ମାମୋ ଦେବୀ ସ୍ମୃତି ଭବନ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଲଡୁଗାଁ ମାରୱାଡି ସମାଜ ର ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ଅଗ୍ରୱାଲ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ସରିତା ଗୁପ୍ତା ତହସିଲଦାର କୋମନା ବ୍ଲକ, ମୁଖ୍ୟବକ୍ତା ଭାବେ ଶ୍ରବଣ ଅଗ୍ରୱାଲ ବରିଷ୍ଠ ଆଇନଜୀବୀ ,ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରିତା ଅଗ୍ରୱାଲ,ମାରୱାଡି
ସମାଜ ଲଡୁଗାଁ ସମ୍ପାଦକ ବିଜୟ କୁମାର ଅଗ୍ରୱାଲ,ମାରୱାଡି ଯୁବାମଞ୍ଚ ସଭାପତି ପଙ୍କଜ ଅଗ୍ରୱାଲ,ସମ୍ପାଦକ ରୋନକ ଅଗ୍ରୱାଲ ପ୍ରମୁଖ ଅତିଥୀ ରୂପେ ମଞ୍ଚ ରେ ଉପସ୍ଥିତ ରହି ସମାଜ ର ବିଭିନ୍ନ ସାମୁହିକ କାର୍ଯ୍ୟ ଉପରେ ମତ ପ୍ରକାଶ କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅବସର ରେ କୁନି କୁନି ପିଲା, ଯୁବକ, ଯୁବତୀ ମହିଳା ଙ୍କ ମଧ୍ୟରେ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ କୃତି ପ୍ରତିଯୋଗୀ ଙ୍କୁ ମାରୱାଡି ସମାଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ କୁ ରାଜୀବ ଅଗ୍ରୱାଲ, ମୁରାରୀ ଅଗ୍ରୱାଲ, ରଞ୍ଜିତ ଅଗ୍ରୱାଲ, ବିକାଶ ଅଗ୍ରୱାଲ, ପ୍ରିନ୍ସ ଅଗ୍ରୱାଲ,ଗୌତମ ଅଗ୍ରୱାଲ,ଡମ୍ବରୁ ଅଗ୍ରୱାଲ,ଶ୍ରୀକାନ୍ତ ଶର୍ମା, ନାନକ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।