Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଯୋଗ ହିଁ ମଣିଷ କୁ ସମୃଦ୍ଧ କରେ ,କୃତ୍ରିମ ବୁଦ୍ଧିମତା ଯୁଗର ଆବଶ୍ୟକତା

ସମ୍ବଲପୁର:ଆଜି ପୂର୍ବାହ୍ନରେ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ତରଫରୁ ପିଲାଙ୍କ ପାଇଁ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ର ଅନ୍ତିମ ଦିବସ ଚତୁର୍ବିଂଶ ସପ୍ତାହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଲାଇବ୍ରେରି ର ନିଜସ୍ୱ ପ୍ରେକ୍ଷାଳୟରେ ସମାପିତ ହୋଇଯାଇଛି।ପ୍ରଥମ ଅଧିବେଶନ ଆରମ୍ଭରୁ ପୂଜାର୍ଚ୍ଚନା ଓ ପ୍ରାର୍ଥନା ପରେ,ଯୋଗଗୁରୁ ଡାକ୍ତର ଜୟଦେବ ମେହେର ଓ ସିଂଧୁସୂତା ନାୟକ ଯୋଗର ବିଭିନ୍ନ ମୁଦ୍ରା ପ୍ରଦର୍ଶନ ସହ ଯୋଗ କିପରି ଆମ ଦୈନନ୍ଦିନ ଜୀବନ ରେ ସମୃଦ୍ଧ କରଥାଏ ସେ ବିଷୟରେ ବୁଝେଇଥିଲେ।
ପ୍ରଶିକ୍ଷଣ ର ଦ୍ଵିତୀୟ ପର୍ଯ୍ୟାୟ କୁ ଆରମ୍ଭକରି ପ୍ରାକ୍ତନ କର୍ପୋରେଟ ଅଧିକାରୀ ଇଞ୍ଜିନିର ସୁଶାନ୍ତ କୁମାର ଗୁରୁ କୃତ୍ରିମ ବୁଦ୍ଧିମତା ଓ ବସ୍ତୁଭିତ୍ତିକ ଇଣ୍ଟରନେଟ ର ସଫଳ ପ୍ରୟୋଗ ଆମର ଜୀବନ ଶୈଳୀ କୁ କିପରି ସୁଗମ କରେ ସେ ବିଷୟରେ ବିଭିନ୍ନ ଉଦାହରଣ ସହ ପିଲାଙ୍କୁ ଅବଗତ କରେଇଥିଲେ। କାର୍ଯ୍ୟକ୍ରମର ସଂଚାଳକ ଶ୍ରୀ ରାଜେନ୍ଦ୍ର ପଣ୍ଡା ପ୍ରାରମ୍ଭ ରେ ମୌଳିକ ଇଂରାଜୀ ଶିକ୍ଷା ପ୍ରଦାନ କରିବା ସହ ସମଗ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।ଶ୍ରୀ ବିଜୟ କୁମାର ସାହୁ ବୈଷୟିକ ସାହଯ୍ୟ ପ୍ରଦାନକରିଥିଲେ। ଆଜିର ପ୍ରଶିକ୍ଷଣ ଶିବିର ରେ ପ୍ରଶିକ୍ଷର୍ଥୀ ଙ୍କ ମଧ୍ୟରୁ ହୁମେରା ବାନୋ ,ଦୀପ୍ତି ରଞ୍ଜନ,ହେମଳତା,ସୋନାଲିକା, ସ୍ବତୀ ପରିମିତା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଶିବିର ରେ ପ୍ରୋଫାସର ଆଦିତ୍ୟ ପ୍ରସାଦ ପାଢ଼ୀ,ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା,ରଘୁନାଥ ମିଶ୍ର,ବିଭୁତି ନାରାୟଣ ମାଝୀ,ଗୋଳକ ବିହାରୀ ମିଶ୍ର,ଡ଼. ଗିରିଧାରୀ ହୋତା ,ପ୍ରଫେସର ଶଙ୍କର ପ୍ରସାଦ ପତି, ପୃଥିବୀ ରାଜ ମିଶ୍ର, ମନୋଜ କୁମାର ନାଥ ଙ୍କ ସମେତ ଅନେକ ବୁଦ୍ଧିଜୀବୀ ଓ ୧୫ ଟି ସ୍କୁଲ ରୁ ମୋଟ ୪୫ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥଲେ। ପ୍ରଶିକ୍ଷଣ ଶିବିରରେ ଶତପ୍ରତିଶତ ଉପସ୍ଥାନ ଥିବା ଦଶ ଜଣ ପ୍ରଶିକ୍ଷାର୍ଥୀ ଙ୍କୁ ଆସନ୍ତା ନଭେମ୍ବର ମାସରେ ହେବାକୁଥିବା ସମାବର୍ତନ ଉତ୍ସବ ରେ ସମ୍ମାନିତ କରାଯିବ।ଶିବିର ରେ ସକ୍ରିୟ ଅଂଶ ଗ୍ରହଣ ପାଇଁ ସରକାରୀ ହାଇସ୍କୁଲ ବୁର୍ଲା ର ଛାତ୍ର ଦୀପ୍ତିରଞ୍ଜନ ସାମନ୍ତ ଙ୍କୁ ଶ୍ରୀ ଅର୍ଜୁନ ରଞ୍ଜନ ପଣ୍ଡା ପୁରସ୍କୃତ କରିଥିଲେ। ଲାଇବ୍ରେରୀ ର ସଭାପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ ପିଲାଙ୍କୁ ସମ୍ବୋଧନ କରିଥିଲେ ,ଶେଷରେ କାର୍ଯ୍ୟକ୍ରମ ସହିତ ସମ୍ପୃକ୍ତ ସମସ୍ତ ପ୍ରଶିକ୍ଷକ, ବିଦ୍ୟାଳୟ ମୁଖ୍ୟ,ଅବିଭାବକ,ସହଯୋଗୀ ଓ ଗଣମାଧ୍ୟମ ପ୍ରତିନିଧି ଏହି କାର୍ଯ୍ୟକ୍ରମ କୁ ପ୍ରଚାର ଓ ପ୍ରସାର ରେ ସାହାଯ୍ୟ କରିଥିବାରୁ ସମସ୍ତ ଙ୍କୁ ଲାଇବ୍ରେରୀ ତରଫରୁ ରାଜେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରି ପିଲାମାନଙ୍କୁ ଶୁଭେଛା କଣେଇ ଥିଲେ।ଜାତୀୟ ସଙ୍ଗୀତ ପରେ ଏ ବର୍ଷ ର କାର୍ଯ୍ୟକ୍ରମ ର ପରିସମାପ୍ତି ଘୋଷଣା କରାଯାଇଥିଲା।