ଗୋପାଲପାଲିଠାରେ ମହାସମାରୋହରେ ଗଜ ଲକ୍ଷ୍ମୀ ପୂଜା ପାଳିତ


ସମ୍ବଲପୁର:ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସ୍ଥାନୀୟ ଗୋପାଲପାଲି ଠାରେ ବହୁ ଆଡମ୍ବର ସହକାରେ ଗଜଲକ୍ଷ୍ମୀ ପୂଜା ଉଦଯାପିତ ହୋଇଯାଇଅଛି । ଗତ ସୋମବାରଠାରୁ ଗାଁ ର ୧୦୮ ମହିଳା କଳସ ସ୍ଥାପନା କରି ପୂଜାର୍ଚ୍ଚନା ଆରମ୍ଭ କରାଯାଇଥିଲା । ପ୍ରତି ଦିନ ମଣ୍ଡପରେ ଦିବା ସମୟରେ ଅନ୍ନ ଭୋଗ ଓ ସାନ୍ଧ୍ୟ ସମୟରେ ଖେଚୁଡ଼ି ଭୋଗ ମାଁଙ୍କୁ ଅର୍ପଣ କରାଯାଉଥିଲା । ପ୍ରତି ଦିନ ସନ୍ଧ୍ୟା ସମୟରେ ସମ୍ବଲପୁର ଜିଲ୍ଲା ତଥା ବରଗଡ ଏବଂ ବଲାଙ୍ଗିର ଜିଲ୍ଲାରୁ ବିିଭିନ୍ନ ସଂକୀର୍ତ୍ତନ ଓ କୃଷ୍ଣ ଗୁରୁ କାର୍ଯ୍ୟକ୍ରମ ସହ ସ୍ଥାନୀୟ ପ୍ରତିଯୋଗୀଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ନୃତ୍ୟ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ପୂଜାରେ କର୍ତ୍ତା ଭାବେ ପ୍ରବୀଣ ନାୟକ ଓ ତାଙ୍କର ଧର୍ମପତ୍ନୀ ଲକ୍ଷ୍ମୀ ନାୟକ ଦାୟିତ୍ଵ ତୁଲାଇଥିଲେ । ଗତକାଲି ମହାଆଡମ୍ବରରେ ମାଁଙ୍କ ଭଷାଣୀ କାର୍ଯ୍ୟକ୍ରମ ମାଁ ଙ୍କ ମଣ୍ଡପରୁ ବାହାରି ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଦୁର୍ଗାପାଲିରେ କରାଯାଇଥିବା କୃତ୍ରିମ ଜଳାଶୟରେ ବିସର୍ଜନ କରାଯାଇଥିଲା । ପୂଜାରେ ଦେବରାଜ ସାହୁ, ଶତୃଘ୍ନ ସାହୁ, ଦିଲ୍ଲିପ ସାହୁ, ପ୍ରଶାନ୍ତ ମଲ୍ଲିକ, ସନ୍ତୋଷ ଭୋଇ, ଅଭିମନ୍ୟୁ ପ୍ରଧାନଙ୍କ ସମେତ ଗୋପାଲପାଲି ତଥା ପାଖ ଅଞ୍ଚଳରୁ ମାଁ ଲକ୍ଷ୍ମୀଙ୍କର ବହୁ ଭକ୍ତ ସହଯୋଗ କରିଥିଲେ ।