Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ନିଦ ହଜାଇ ଦେଲାଣି ହାତୀ,ରାତି ସାରା ହାତୀ ଘଉଡେଇବାରେ ଚାଷୀ ନୟାନ୍ତ

ସମ୍ବଲପୁର:ଚାଷୀଙ୍କ ନିଦ ହଜାଈ ଦେଲାଣି ହାତୀ।ରାତି ସାରା ହାତୀପଲ ଅମଳକ୍ଷମ ଧାନ ଫସଲ ନଷ୍ଟ କରିଦେଉଛନ୍ତି। ସବୁଦିନ ରାତି ହେଲେ ଆତଙ୍କ ସୃଷ୍ଟି କରୁଛନ୍ତି ୩୫ ଘରିଆ ହାତୀପଲ। ଜଙ୍ଗଲ ବିଭାଗକୁ ଯେତେ ଅନୁରୋଧ କଲେ ମଧ୍ୟ ଘର ଛାଡ଼ି ପାରୁନାହାନ୍ତି ଅଧିକାରୀ। ଲଗାତାର ଭାବେ ପାଞ୍ଚ ଦିନରୁ ଅଧିକ ଧରି ଜାରି ରହିଛି ହାତୀପଲଙ୍କ ବିତ୍ପାତ।ହାତୀ ବିତ୍ପାତରେ ଅମଳକ୍ଷମ ଫସଲ ହରାଇ ମୁଣ୍ଡରେ ହାତ ଦେଇ ଚିନ୍ତାରେ ବସିଛନ୍ତି ଚାଷୀ। ବନ ବିଭାଗ କିନ୍ତୁ ଚୁପ ପଡି ବସିଛି।ଏପରି ପରିସ୍ଥିତିରେ ଜନସାଧାରଣ କଣ କରିବେ ସେ ନେଇ ଚିନ୍ତିତ ହୋଇ ପଡିଛନ୍ତି।
ଏପରି ପରିସ୍ଥିତି ଉପୁଜିଛି ଜମନକିରା ବ୍ଲକ ବଡ଼ରମା ରେଞ୍ଜ ଅନ୍ତର୍ଗତ ଗୌଡ଼ପାଲି ସେକ୍ସନ କୁଲୁଣ୍ଡି ବିଟରେ। ଗତ ପାଞ୍ଚ ଦିନରୁ ଅଧିକ ସମୟ ଧରି ଏକ ୩୫ ଘରିଆ ହାତୀପଲ ଫସଲ ହାନି କରିବା ସହିତ ଅମଳକ୍ଷମ ଧାନ ଗୁଡ଼ିକୁ ମାଡ଼ି ଦଳି ନଷ୍ଟ କରି ତାଙ୍କର ଉତ୍ପାତ ଜାରି ରଖିଛନ୍ତି। ଏପରି ସ୍ଥଳେ ଚାଷୀମାନେ ଟ୍ରାକ୍ଟର ଷ୍ଟାର୍ଟ କରି ସାଇଲେଂସର୍ ଖୋଲି ଉଚ୍ଚ ଶବ୍ଦ ଦ୍ଵାରା ଓ ଫୋଟକା ଫଟାଇ ରାତି ସାରା ହାତୀ ଘଉଡାଇବା ପାଇଁ ଚେଷ୍ଟା ଚଳାଇଛନ୍ତି। ତଥାପି ଉକ୍ତ ହାତୀପଲ କୁଲୁଣ୍ଡି ଗାଆଁ ମୁଣ୍ଡ ଛାଡ଼ି ଅନ୍ୟତ୍ର ଯିବାର ନାଆଁ ନେଉନାହାନ୍ତି। ଫଳରେ ଏଯାଏଁ ବ୍ୟାପକ ଫସଲ ନଷ୍ଟ ହେବା ସହିତ ଚାଷୀଙ୍କ ଚିନ୍ତା ବଢାଇଛନ୍ତି ଏହି ହାତୀପଲ। ଅପରପକ୍ଷେ, ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ସିଧାସଳଖ ଭେଟି ଯେତେ କାକୁତି ମିନତି କଲେ ମଧ୍ୟ ଅଧିକାରୀ ମାନେ ବର୍ତ୍ତମାନ ସୁଦ୍ଧା କ୍ଷେତ୍ର ପରିଦର୍ଶନ ଦୂରର କଥା ଘର ଛାଡ଼ିନାହାନ୍ତି ବୋଲି ଅଭିଯୋଗ ହେଉଛି।
ଗ୍ରାମର ଦିଲୀପ ମେହେର ଓ ସତ୍ୟବାଦୀ ମେହେରଙ୍କ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବାବେଳେ ମାନଭଞ୍ଜନ ମିରିଗ, ସୁଧାଂଶୁ ମିରିଗ, ମୀନକେତନ ମିରିଗ, ଦୁର୍ଯ୍ୟୋଧନ ମିରିଗ, କନ୍ଦର୍ପ ମିରିଗ, କହର ମିରିଗ, ଗଣେଶ ମେହେର, ବଳଭଦ୍ର ବେହେରା, ଅରୁଣ ବେହେରା, ରେବାକାନ୍ତ ମେହେରଙ୍କ ଏକର ଏକର ଧାନ ଫସଲ ପ୍ରଭାବିତ ହୋଇଛି। ଫଳରେ ଉକ୍ତ ଚାଷୀମାନଙ୍କର ଗୋଟିଏ ବର୍ଷର ପରିଶ୍ରମ ଓ ବିନିଯୋଗ ହୋଇଥିବା ଅର୍ଥ ପାଣିରେ ମିଶିଯାଇଛି। ତେବେ ଉପରୋକ୍ତ ଚାଷୀମାନେ ବର୍ତ୍ତମାନ ସ୍ଥିତିରେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି।
ଅନ୍ୟପଟେ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ସିଧାସଳଖ ଭେଟି ଯେତେ କାକୁତି ମିନତି କଲେ ମଧ୍ୟ ଅଧିକାରୀ ମାନେ ଆଦୌ କ୍ଷେତ୍ର ପରିଦର୍ଶନ କରୁନାହାନ୍ତି କି ହାତୀ ଘଉଡାଇବା ପାଇଁ ଚେଷ୍ଟା ହିଁ କରୁ ନଥିବା ଅଭିଯୋଗ ହେଉଛି।
ଆଗାମୀ ଦିନରେ ଏହି ପରିସ୍ଥିତିର ଅନୁଧ୍ୟାନ କରି ଏହାର କିଛି ଉଚିତ୍ ବାଟ କଢ଼ା ନ ଗଲେ ଚାଷୀମାନେ ଆନ୍ଦୋଳନ ଆରମ୍ଭ କରିବେ ବୋଲି କହିଛନ୍ତି।ସେପଟେ ଯୁଯୋମୁରା ପଡିଆବାହାଲ, ବଡ଼ସାହିର, ହାତିବାରୀ ଅଞ୍ଚଳରେ ମଧ୍ୟ୍ୟ ହାତୀ ବିତ୍ପାତର ଯୁଗ ପାହି ଯାଉଥିଲେ ସୁଦ୍ଧା ବନ ବିଭାଗ ଆଖି ଦୃଶିଆ ପଦକ୍ଷେପ ନେଇ ପାରୁନି। ଏହାହିଁ କେବଳ ଏବେ ଚିନ୍ତା ପାଲଟି ନାହିଁ ବରଂ ସମସ୍ୟାର ସମାଧାନ ପାଇଁ ରାଜନୈତିକ ଏକ ବଡ଼ ଇସୁ ହୋଇଥିଲେବି ସରକାର କିମ୍ବା ପ୍ରଶାସନ କିଛି ବାଟ ପାଉନଥିବା କାରଣକୁ ନେଇ ଦିନକୁ ଦିନ ବଢୁଛି ଜନ ଅସନ୍ତୋଷ।