ସମ୍ବଲପୁର:ସମ୍ବଲପୁର ସହରର ବୈଦ୍ୟନାଥ ଛକ ରେ ଅବସ୍ଥାପିତ ଡାକ୍ତର ଜନାର୍ଦନ ପୂଜାରୀ ମାତୃମଙ୍ଗଳ କେନ୍ଦ୍ର ଅନେକ ବର୍ଷ ବିତିଗଲାଣି l ଏହି ମାତୃମଙ୍ଗଳ କେନ୍ଦ୍ର ରେ ସମ୍ବଲପୁର ସହରର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଜନ୍ମ ହୋଇଛନ୍ତି l ଏହି ମାତୃମଙ୍ଗଳ କେନ୍ଦ୍ର ର ସହରରେ ଭିନ୍ନ ଏକ ପ୍ରତିଷ୍ଠା ଥିଲା l ଡାକ୍ତର ନାରାୟଣୀ ପଣ୍ଡା ଏହି ମାତୃମଙ୍ଗଳ କେନ୍ଦ୍ର ରେ ଜୀବନ ର ଏନେକ ବର୍ଷ ନିରବିଛିନ୍ନ କାର୍ଯ୍ୟ କରି ଏହି ମାତୃମଙ୍ଗଳ କେନ୍ଦ୍ର କୁ ପ୍ରତିଷ୍ଠା ଦେଇପାରିଥିଲେ l ହେଲେ ସ୍ୱାସ୍ଥ୍ୟ ବିଭାଗ ଓ ପୌର ପ୍ରଶାସନ ର ଅବହେଳା କାରଣରୁ ତାହା ଆଉ ମାତୃମଙ୍ଗଳ କେନ୍ଦ୍ର ହୋଇ ରହିନାହିଁ, ୨୦୧୬-୧୭ ମସିହା ରୁ ହୋଇଯାଇଛି ସହରଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର l ତାହା ବି ଥାଇ ନ ଥିଲା ଭଳିଆ l କୋବିଡ ମହାମାରୀ ସମୟରେ ଏହି ମାତୃମଙ୍ଗଳ କେନ୍ଦ୍ର କୁ କୋବିଡ ଟୀକାକରଣ କେନ୍ଦ୍ର କରାଯାଇଥିଲା l
ସମ୍ବଲପୁର ବୁଦ୍ଧିଜୀବୀ ଫୋରମ ପକ୍ଷରୁ ଆଜି ଓଡିଶା ସରକାର ଙ୍କର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ ଙ୍କୁ ସାକ୍ଷାତ କରି ଏହି ଡାକ୍ତର ଜନାର୍ଦନ ପୂଜାରୀ ମାତୃ ମଙ୍ଗଳ କେନ୍ଦ୍ର ର ପ୍ରତିଷ୍ଠା କୁ ପୁନଃ ପ୍ରତିଷ୍ଠିତ କରିବାକୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି l
ଫୋରମ ର ଆବାହକ ପ୍ରଫୁଲ୍ଲ ଦାସ ଙ୍କ ଦ୍ୱାରା ଦିଆଯାଇଥିବା ଏହି ଦାବିପତ୍ର ରେ କୁହାଯାଇଛି ଯେ, ଡାକ୍ତର ଜନାର୍ଦନ ପୂଜାରୀ ମାତୃମଙ୍ଗଳ କେନ୍ଦ୍ର ଆଜିର ଦିନରେ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ହୋଇଯାଇଛି, ତେଣୁ ଏହି ମାତୃ ମଙ୍ଗଳ କେନ୍ଦ୍ର ର ଐତିହ୍ୟ ଓ ପ୍ରତିଷ୍ଠା ଦୃଷ୍ଟିରୁ ଏହାକୁ ପୁଣି ମାଆ ଓ ଶିଶୁ ଡାକ୍ତରଖାନା ଭାବରେ ପ୍ରତିଷ୍ଠା କରିବା ସଙ୍ଗେ ସଙ୍ଗେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଅଧୀନ ରେ ୧୦୦ ଶଯ୍ୟା ବିଶିଷ୍ଟ ମାଆ ଶିଶୁ ହସ୍ପିଟାଲ ଭାବରେ ପ୍ରତିଷ୍ଠା କରାଯାଉ l ଯଦ୍ୱାରା ଡାକ୍ତର ଜନାର୍ଦନ ପୂଜାରୀ ମାତୃମଙ୍ଗଳ ତାର ପୂର୍ବ ପ୍ରତିଷ୍ଠା ଫେରିପାଇବ l ଏହି ଅବସରରେ ସମ୍ବଲପୁର ବୁଦ୍ଧିଜୀବୀ ଫୋରମ ର ସଦସ୍ୟ ପ୍ରଦୀପ ବେହେରା ଓ ଅନୁପ ତରିଆ ପ୍ରମୁଖ ଉପସ୍ଥିତ ଥିଲେ।