Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅଭିଯାନ

ସମ୍ବଲପୁର:ଆଜି ଥିଲା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୫ର ଅନ୍ତିମ ଦିନ। ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ୧୬ ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ସହକାରୀ ଭୋଟର ପଞ୍ଜୀକରଣ ଅଧିକାରୀ ନିଜ ନିଜ ବୁଥ ପରିଦର୍ଶନ କରିଥିଲେ। ସେମାନେ ବୁଥ୍ ସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରି ସେମାନଙ୍କ ବୁଥ ରେଜିଷ୍ଟର, ଫିଜିକାଲ ଫର୍ମ ଓ ଡ୍ରାଫ୍ଟ ରୋଲ୍ ଯାଞ୍ଚ କରିଥିଲେ।
ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ସହକାରୀ ଭୋଟର ପଞ୍ଜୀକରଣ ଏସ୍ଏମ ସି ଡେପୁଟି କମିସନର ସୀମା ସବିତା କୁଲୁ, ଏସ୍ଏମ୍ ସି ଏନଫୋର୍ସମେଣ୍ଟ ଅଫିସର ସୁଶାନ୍ତ କୁମାର ସାହୁ, ତହସିଲଦାର ସଦର ମନୋଜ ପ୍ରଭାକର କୁଜୁର ଓ ଡେପୁଟି କଲେକ୍ଟର ଅଭିଷେକ କିସାନ ତଦାରଖ କରିଥିଲେ। ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀର ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ହେଲେ ପ୍ରୀତମ କୁମାର ଟାଣ୍ଟି ବ୍ଲକ ଉନ୍ନୟନ ଅଧିକାରୀ ରେଙ୍ଗାଲି, ତକ୍ଷକରାଜ ଭିତିରିଆ ତହସିଲଦାର ରେଙ୍ଗାଲି, ଅନୀଲ କୁମାର କୁଲୁ ବ୍ଲକ ଉନ୍ନୟନ ଅଧିକାରୀ ଧନକଉଡ଼ା ଓ ଜନ୍ମଜୟ ବେହେରା ବ୍ଲକ ଉନ୍ନୟନ ଅଧିକାରୀ ମାନେଶ୍ୱର ଏହାର ତଦାରଖ କରିଥିଲେ ।