Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିତ୍ରକଳା ପ୍ରଦର୍ଶନୀ ଦୁର୍ଗା ୨ ଉଦଘାଟିତ

ସମ୍ବଲପୁର:ସ୍ଥାନୀୟ ଗୌରିଶଙ୍କର ସାହାଣୀ ପାର୍କ ସ୍ଥିତ ଓଡ଼ିଶା ଲଳିତ କଳା ଏକାଡେମୀ ଆଞ୍ଚଳିକ ଆର୍ଟ ଗ୍ୟାଲେରୀରେ ବନ୍ଦନା ଆର୍ଟ କର୍ନର ପକ୍ଷରୁ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀ ଆଜି ଉଦଘାଟିତ ହୋଇଛି l ଗଙ୍ଗାଧର ମେହେର ବିଶ୍ବିଦ୍ୟାଳୟର କୁଳପତି ପ୍ରଫେସର ଏନ ନାଗରାଜୁ ଏଵଂ ବରିଷ୍ଠ ଚିତ୍ରଶିଳ୍ପୀ ଭୋଳାନାଥ ନାୟକ ଅତିଥି ଭାବରେ ଯୋଗଦେଇ ପ୍ରଦର୍ଶନୀକୂ ଉଦଘାଟନ କରିଥିଲେ l ବନ୍ଦନା ଆର୍ଟ କର୍ନର୍ ର ଅଧ୍ୟକ୍ଷା ଏଵଂ କାର୍ଯକ୍ରମ ର ଆୟୋଜିକା ଶ୍ରୀମତୀ ବନ୍ଦନା ପଣ୍ଡା ଦୁର୍ଗା ୨ ର ଉଦେଶ୍ୟ ଜ୍ଞାପନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମକୁ ସାଂସ୍କୃତିକl ପୁରୋହିତ ସଂଯୋଜନା କରିଥିଲେ l ଏହି ପ୍ରଦର୍ଶନୀରେ ଶ୍ରୀମତି ପଣ୍ଡାଙ୍କ ସମେତ ନମିତା ସାହୁ, ନିବେଦିତା ପଟ୍ଟନାୟକ, ରଞ୍ଜିତା ମିଶ୍ର, ତିନୀମା ପାତ୍ର ,ଶ୍ୱେତପଦ୍ମା ମାଝୀ, ମନସ୍ଵିନୀ ମହାରଣା, ବନ୍ଦିନୀ ପଣ୍ଡା, ମାଳା ସାହୁ, ଲିନା ମେହେର, ତପସ୍ଵିନୀ ବାରିକ୍, ଡ ନମିତା ବଡ଼ପଣ୍ଡା, ନିବେଦିତା ଦାସ, ଅନୁଭା ମୁଣ୍ଡା, ଶ୍ରୀ ବେହେରା, ତପସ୍ଵିନୀ ଗଉଡ, ପ୍ରୀତିଶ୍ନା ସିଂ, ଅଙ୍କିତ। ଜାଲ୍, ଅଲୁଷ୍କା ବେହେରା, ଅନୁରାଧା ବେହେରା, ସଂଜୀବନୀ ପାଣିଗ୍ରାହୀ, ନୀତୁ ଶର୍ମା, ସୁଦିତି ଶତପଥୀ, ପ୍ରୀତି ବାରିକ୍, କଲ୍ୟାଣୀ ନାୟକ, ମାହି ଯାଦବ,ସାଂସ୍କୃତିକ l ପୁରୋହିତ, ମଧୁ ପଣ୍ଡିତ, ଜେମିନି ମଣ୍ଡୁଲି ପ୍ରମୁଖଙ୍କ କଳାକୃତି ସ୍ଥାନ ପାଇଛି l ଏହି ପ୍ରଦର୍ଶନୀ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ନ ୧୧ ଟା ରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଦର୍ଶକ ମାନଙ୍କ ପାଇଁ ଖୋଲା ରହିବ। ଏହି ଅବସରରେ ଆସନ୍ତା ୨୯ ତାରିଖ ଅପରାହ୍ନ ତିନିଟା ସମୟରେ ରଙ୍ଗୋଲି ଏଵଂ ମେହେନ୍ଦି ପ୍ରତିଯୋଗିତା ରଖା ଯାଇଛି। କାର୍ଯ୍ୟକ୍ରମରେ ରାଜୀବ ପଣ୍ଡା, କରୁଣାକର ଶତପଥୀ, ପ୍ରଶାନ୍ତ ମାଝି, ବିଦ୍ୟାପତି ପ୍ରଧାନ,ନେତିକ ଲାଲ୍ ବାରିକ , ସମୀର ମହାରଣା ସହଯୋଗ କରିଥିବା ବେଳେ ସୁଦିତି ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।