ତବଲା ବାଦକ ଖତୁ ବଢେଇଙ୍କ ପରଲୋକ


ସମ୍ବଲପୁର:ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଭୁମି ଖିଣ୍ଡା ନିବାସୀ ଦୟାସାଗର ରାଉତ (ଖତୁ ବଢେଇ)ଙ୍କ ୭୫ବର୍ଷ ବୟସରେ ପରଲୋକ ହେଇଯାଇଛି । ସେ ବାଲ୍ୟ କାଲରୁ ତାଙ୍କ ପିତାଙ୍କ ଠାରୁ ତବଲା ବାଦ୍ୟ ଶିକ୍ଷା ଲାଭ କରି ବେଶ୍ ସୁନାମ ଅର୍ଜନ କରିଥିଲେ।ଅଞ୍ଚଳ ରେ ସେ ଖତୁ ବଢେଇ ନାମରେ ବେଶ ଜଣାଶୁଣା ଥିଲେ I ବଢେଇ କାମ କରି ସେ ଜୀବିକା ନିର୍ବାହ କରୁଥିଲେ I ୟୂଟୁବ୍ ରେ”ଖିଣ୍ଡା ଭାଗବତ” ନାମରେ ତାଙ୍କର ଅନେକ ଭାଗବତ ଆସୁଛି l ନିକଟରେ “ସୁରେନ୍ଦ୍ର ସାଏ ଭାଗବତ” ରେ ତବଲା ବଜାଇ ମାନପତ୍ର ପାଇଥିଲେ । ତାଙ୍କର ବଡପୁଅ ଦୋଲ ଗୋବିନ୍ଦ ମୁଖାଗ୍ନୀ ଦେଇଥିଲେ I ତାଙ୍କର ୩ ପୁଅ, ୨ ଝିଅ ଥିବା, ବେଲେ ଧର୍ମପତ୍ନୀ ଅର୍ସପି ଏବଂ ପୁତ୍ରବଧୁ ଏବଂ ନାତି ନାତୁଣି ମାନେ ଉପସ୍ଥିତ ଥିଲେ । ଶେଷ ଦର୍ଶନ ପାଇଁ ଭାଗବତ ପ୍ରେମୀ ମାନଙ୍କ ସହ ଅନେକ ଲୋକ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଲୀ ଅର୍ପଣ କରିଥିଲେ