Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଦିତ୍ୟ ଆଲୁମିନିୟମ ରେ ସ୍ଥାନୀୟ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ସମ୍ୱଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ପଣ୍ଡଲୋଇ ସ୍ଥିତ ବିପ୍ଳବୀ ବୀର ସୁରେନ୍ଦ୍ର ସାଏ ଆଞ୍ଚଳିକ ସଂଘ ପକ୍ଷରୁ ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନିୟମ ରେ ସ୍ଥାନୀୟ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି। ସଂଘ ପକ୍ଷରୁ ଦାବି କରାଯାଇଛି ଯେ ଆଦିତ୍ୟ ଆଲୁମିନିଅମ କମ୍ପାନୀ ସ୍ଥାନୀୟ ଶିକ୍ଷିତ ଯୁବକ ଯୁବତୀ ଙ୍କୁ ଅଣଦେଖା କରି ବାହାର ରାଜ୍ୟ ତଥା ବାହାର ଜିଲ୍ଲା ର ଯୁବକ ଯୁବତୀ ଙ୍କୁ ନିଯୁକ୍ତି ଦେଉଛି। ସ୍ଥାନୀୟ ଲୋକଙ୍କ ପାଇଁ କମ୍ପାନୀ ରେ ପଦବୀ ନାହିଁ ବୋଲି କମ୍ପାନୀ କହୁଛି। ଆଗରୁ ସଂଘ ପକ୍ଷରୁ ବହୁବାର ଜିଲ୍ଲାପାଳ ଙ୍କୁ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଯଦି ଆଗାମୀ ସାତ ଦିନ ମଧ୍ୟରେ ଜିଲ୍ଲାପାଳ କୌଣସି ପଦକ୍ଷେପ ନନେଲେ ସଂଘ ପକ୍ଷରୁ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ