Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘୂର୍ଣ୍ଣିବାତ୍ୟା ଫେଙ୍ଗାଲ ପ୍ରଭାବ ଯୋଗୁଁ ଝିପିଝିପି ବର୍ଷା, ବର୍ଷାରେ ଭିଜିଲା ଧାନ

ସମ୍ବଲପୁର:ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ଯା ଫେଙ୍ଗାଲର ପ୍ରଭାବ ଯୋଗୁଁ ରାଜ୍ୟରେ ଝିପିଝିପି ବର୍ଷା ଲାଗି ରହିଛି। ଏହାର ପ୍ରଭାବ ଵି ଆଜି ସମ୍ବଲପୁର ଜିଲ୍ଲାରେ ପଡିଛି।
ଏହି ଘୂର୍ଣ୍ଣିବଳୟର ପ୍ରଭାବ ଯୋଗୁଁ ସମ୍ବଲପୁର ସହର ସମେତ ରେଙ୍ଗାଲି, ଯୁଯୋମୁରା, ରେଢ଼ାଖୋଲ,କୁଚିଣ୍ଡା, ବାମରା ପ୍ରଭୃତି ଅଞ୍ଚଳ ପଡିଛି। ସମଗ୍ର ଜିଲ୍ଲାରେ ବଡି ଭୋର ସକାଳ ଠାରୁ ଝିପିଝିପି ବର୍ଷା ସହ କୋହଲା ପାଗ ଲାଗି ରହିଛି। ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟର ୧୨ଟି ଜିଲ୍ଲାରେ ହାଲୁକାରୁ ମଧ୍ଯମ ଧରଣର ବର୍ଷା ହେବ ବୋଲି କୁହାଯାଇଛି। ଭୂବନେଶ୍ୱର ପାଣିପାଗ କେନ୍ଦ୍ର ଅନୁସାରେ କଟକ, ପୁରୀ, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡା, ସୁନ୍ଦରଗଡ ଜିଲ୍ଲା ସମେତ ଅନ୍ୟାନ୍ୟ ଅଞ୍ଚଳରେ ସ୍ବଳ୍ପରୁ ମଧ୍ଯମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି କୁହାଯାଇଛି।କିନ୍ତୁ ସମ୍ବଲପୁର ଜିଲ୍ଲାରେ ମଧ୍ୟ ସକାଳରୁ ବର୍ଷା ଯୋଗୁଁ ବିଦ୍ୟାଳୟର ଶିକ୍ଷାର୍ଥୀ, କର୍ମଚାରୀ ସମେତ ଅନେକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ସ୍କୁଲ ପିଲାମାନେ ହାତରେ ଛତା ଧରି ବିଦ୍ୟାଳୟକୁ ଯାଉଥିବା ଦେଖିବାକୁ ମିଳିଥିଲା। ସେହିପରି ଲୋକମାନେ ବଜାରରେ ଛତା ଧରି ସାମଗ୍ରୀ କିଣୁଥିବା ଦେଖାଯାଇଥିଲା। ବର୍ଷା ଯୋଗୁଁ ଚାଷୀ ମାନେ ଶୁଖାଇଥିବା ନିଜ ଧାନ ଗୁଡିକ ଭିଜି ଯିବାରୁ ଅନେକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ସମଗ୍ର ସମ୍ବଲପୁର ଜିଲ୍ଲାରେ ସାଇକ୍ଲୋନ୍ ଫେଙ୍ଗାଲର ପ୍ରଭାବ ଦେଖିବାକୁ ମିଳିଥିଲା ବେଳେ, ଅତ୍ଯନ୍ତ ଜରୁରୀ କାର୍ଯ୍ୟରେ ଲୋକେ ବାହାରିଥିଲେ। ବର୍ଷା ଓ କୋହଲା ପାଗ ଯୋଗୁଁ ଅନେକ ସ୍ଥାନରେ ଶିକ୍ଷାର୍ଥୀ ଉପସ୍ଥାନ କମିଯାଇଥିବା ଦେଖା ଯାଇଥିଲା। ଏହି ସାମୁଦ୍ରିକ ଝଡ ଫେଙ୍ଗାଲର ପ୍ରଭାବରେ ବର୍ଷା ଓ କୋହଲା ପାଗ ଯୋଗୁଁ ଦୋକାନ ବଜାର ଖାଁ ଖାଁ ଲାଗିଥିଲା।