Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଦର୍ଶନୀ ‘ଦୁର୍ଗା ୨’ ଉଦଯାପିତ

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ):ବନ୍ଦନା ଆର୍ଟ ଏବଂ ଆର୍ କେ ଟ୍ୟୁଟୋରିଆଲ ପକ୍ଷରୁ ପଶ୍ଚିମ ଓଡ଼ିଶା ର ମହିଳା ଚିତ୍ରଶିଳ୍ପୀ ଙ୍କୁ ନେଇ ଚାରୁ ଓ କ।ରୁ କଳା ପ୍ରଦର୍ଶନୀ ‘ଦୁର୍ଗା ୨’ ସ୍ଥାନୀୟ ଓଡ଼ିଶା ଲଳିତକଳା ଏକାଡେମି ଆଞ୍ଚଳିକ ଆର୍ଟ ଗ୍ୟାଲେରୀ ରେ ଉଦଯାପିତ ହୋଇ ଯାଇଛି।
ମୁଖ୍ୟ ଅତିଥି ଭାବରେ ସରକାରୀ ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷା ପ୍ରଫେସର ରାଜଶ୍ରୀ ବରାଳ ,ବିଶିଷ୍ଟ ଅଭିନେତ୍ରୀ ତପସ୍ଵିନୀ ଗୁରୁ ବରଗଡ଼ ,ଭାଇସ ଚେୟାର ମ୍ୟାନ ରେଡକ୍ରସ ପାର୍ବତୀ ସେଠ୍ ଏବଂ ଗୁରୁ ଭୋଲାନାଥ ନାୟକ ଯୋଗଦାନ କରି ଉଦଯାପନୀ ଉତ୍ସବରେ ଯୋଗଦାନ କରିଥିଲେ।
ଚିତ୍ର ଶିଳ୍ପୀ ଏବଂ ସଂଯୋଜିକା ବନ୍ଦନା ପଣ୍ଡା ଙ୍କ ତତ୍ତ୍ଵାବଧାନରେ ସାଂସ୍କୃତିକl ପୁରୋହିତ କ।ର୍ଯକ୍ରମ କୁ ସଞ୍ଚାଳନ କରିଥିବା ବେଳେ,ରାଜୀବ ପଣ୍ଡା ,ମାହି ଯାଦବ ,ଅଙ୍କିତା ଜାଲ,ସମୀର ମହାରଣା ବିଦ୍ୟ।ପତି ପ୍ରଧାନ,ମଧୁ ପଣ୍ଡିତ ,ପ୍ରୀତି ବାରିକ ପ୍ରମୁଖ ଏଥିରେ ସହଯୋଗ କରିଥିଲେ।
ଏଠାରେ ସୂଚନା ଯୋଗ୍ୟ ଯେ ୨୭ ନଭେମ୍ବର ରୁ୩୦ ନଭେମ୍ବର ଯାଏ ଚାଲି ଥିବା ଏହି ପ୍ରଦର୍ଶନୀ ରେ ପ୍ରଥମ ଦିନ ଜି ଏମ ଉନିଭର୍ସଇଟୀ କୁଳପତି ନ ନ।ଗ।ରା ଯୁ ମୁଖ୍ୟ ଅତିଥି ଏବଂ ଚିତ୍ର ଶିଳ୍ପୀ ଭୋଳନାଥ ନ୍।ୟକ୍ ଅତିଥି ରୂପେ ଯୋଗଦାନ କରି ଚିତ୍ର ଶିଳ୍ପୀ ମାନଙ୍କୁ ଉତ୍ସାହିତ କରିଥିବା ବେଳେ ତୃତୀୟ ଦିବସରେ ମହିଳା ମାନଙ୍କ ପାଇଁ ରଙ୍ଗୋଲି ଓ ମେହେନ୍ଦି ପ୍ରତିଯୋଗିତା ରଖା ଯାଇଥିଲା।
ଏହି ପ୍ରଦର୍ଶନୀରେ କୋରାପୁଟ,ବଲାଙ୍ଗୀର,ସୁନ୍ଦରଗଡ ,ବରଗଡ ତଥା ସମ୍ବଲପୁର ଜିଲ୍ଲା ର ମୋଟ ୩୦ ଜଣ ମହିଳା ଚିତ୍ରଶିଳ୍ପୀ ବନ୍ଦନା ପଣ୍ଡା, ସାଂସ୍କୃତିକା ପୁରୋହିତ୍,ଲୀନା ମେହେର,ମନସ୍ଵିନୀ ମହାରଣା ,ପ୍ରୀତିଶ୍ନା ସିଂହ, ପ୍ରୀତି ବାରିକ,ନମିତା ବଡପଣ୍ଡା,ନିବେଦିତା ଦାସ,ନିବେଦିତା ପଟ୍ଟନାୟକ ,ତପସ୍ଵିନୀ ବାରିକ,ତପସ୍ଵିନୀ ,ଗଉଡ ,ନମିତା ସାହୁ,ଶ୍ୱେତପଦ୍ମା ମାଝୀ,ରଞ୍ଜିତା ମିଶ୍ର ,ବନ୍ଦିନି ପଣ୍ଡା,ମାଳ। ସାହୁ ,ଅନୁଭା ମୁଣ୍ଡା,ଶ୍ରୀ ବେହେରା ,ଅନୁରାଧା ବେହେରା ,ସଂଜୀବନୀ ପାଣିଗ୍ରାହୀ,ନିତୁ ଶର୍ମା ,ସୁଦିତି ଶତପଥୀ,ଜେମିନି ମେଣ୍ଡୁଲି, ଅଲୁସ୍କା ବେହେରା ଆଦି
ଯୋଗ ଦେଇ ପ୍ରଦର୍ଶନୀକୁ ସଫଳ କରିଥିଲେ।