Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ବିଶ୍ୱ ଏଡ଼ସ ଦିବସ ପାଳନ ଓ ସଚେତନତା ରେଳି ଅନୁଷ୍ଠିତ

କଳାହାଣ୍ଡି:୦୨/୧୧
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପଞ୍ଚାଯତ ସମିତି ଡିଗ୍ରୀ ମହାବିଦ୍ୟାଳୟ ରେଡ଼ ରିବନ କ୍ଲବ ଓ ୟୁଥ ରେଡ଼ କ୍ରସ ମିଳିତ ଆନୁକୂଲ୍ୟରେ ସୋମବାର ବିଶ୍ୱ ଏଡ଼ସ ଦିବସ ପାଳନ ଓ ସଚେତନତା ରେଳି ଅନୁଷ୍ଠିତ ହୋଇଯାଇଛି । ୟୁଥ ରେଡ଼ କ୍ରସ ର ପରାମର୍ଶ ଦାତା ତଥା ଅଧ୍ୟାପକ ସୁବ୍ରତ କୁମାର ବେହେରା ଙ୍କ ତତ୍ୱାବଧାନ ରେ ଡିଗ୍ରୀ ମହାବିଦ୍ୟାଳୟ ରୁ ରେଡ଼ ରିବନ କ୍ଲବ ଓ ୟୁଥ ରେଡ଼କ୍ରସ ର ଛାତ୍ରଛାତ୍ରୀ ମାନେ ଏକ ସଚେତନତା ରେଳି ବାହାରି କୋକସରା ସହର ପରିକ୍ରମା କରିବା ସହ ଏଡ଼ ସ ନିରାକରଣ ଓ ସୁରକ୍ଷା କୁ ନେଇ ସଚେତନତା ବାର୍ତ୍ତା ଦେଇଥିଲେ। ପରେ ମହାବିଦ୍ୟାଳୟ ରେ ଏଡ଼ସ ସଚେତନତା ଆଲୋଚନା ଚକ୍ର କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପୁଷ୍ପରାଜ ମେହେର ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଡାକ୍ତର ଶ୍ରୀ ସାହୁ, ସମ୍ମାନିତ ଅତିଥି ଭାବେ ଏନସିସି କ୍ୟାପଟେନ ଅଶ୍ୱିନୀ କୁମାର ପଟ୍ଟନାୟକ, ଅଧ୍ୟାପକ ଐରି ନାଶନ ଚିନ୍ଦା, ଜଗନ ଚନ୍ଦାନି, ଅଧ୍ୟାପିକା କନକ ମଞ୍ଜରୀ ବେହେରା, ଶୁଭଶ୍ରୀ ସାହୁ, ବେଦମତି ବାରିକ ପ୍ରମୁଖ ଏହି ଆଲୋଚନା ରେ ଭାଗ ନେଇ ଏଡ଼ସ ରୋଗ ର ବିଭିନ୍ନ ଦିଗ ଓ ନିରାକରଣ ଉପରେ ଛାତ୍ରଛାତ୍ରୀ ଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଆୟୋଜିତ ଚିତ୍ରଙ୍କନ, ରଚନା, ବକୃତା, ରେଳି ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରା ଯାଇଥିଲା।କାର୍ଯ୍ୟକ୍ରମ ପରିଶେଷରେ ଅଧ୍ୟାପିକା କନକ ମଞ୍ଜରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।