Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେଶ ସେବା ନିବୃତ ପରେ ଯବାନ ଙ୍କୁ ଗ୍ରାମବାସୀ ଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା।

କଳାହାଣ୍ଡି:୦୪/୧୨
ରିପୋର୍ଟ—-ସନତ ପ୍ରଧାନୀ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ବଙ୍ଗୋମୁଣ୍ଡା ଗ୍ରାମ ର ସ୍ବର୍ଗତ ହୃଷିକେଶ ଦଳପତି ଙ୍କ ବଡ଼ପୁଅ ଭୋଳାନାଥ ଦଳପତି ଭାରତ ସରକାରଙ୍କ ଆସାମ ରାଇଫଳ ରେ ସିଆରପିଏଫ ଯବାନ ଭାବେ ୨୦୦୪ ରେ ଯୋଗଦାନ କରିଥିଲେ। ଦେଶ ସେବା ରେ ଦିର୍ଘ ୨୦ ବର୍ଷ ନିଷ୍ଠା ଓ ତ୍ୟାଗ ର ସହ ରହି ନିଜର କର୍ତବ୍ୟ କରିବା ପରେ ଚାକିରୀ ଜୀବନ ରୁ ଅବ୍ୟାହତ ନେଇଛନ୍ତି। ମଙ୍ଗଳବାର ଦେଶସେବା ରୁ ନିବୃତ ହେବାପରେ ନିଜ ଭିଟାମାଟି କୁ ଫେଟିବା ପରେ ନିଜସ୍ୱ ଗ୍ରାମ ବଙ୍ଗୋମୁଣ୍ଡା ଠାରେ ଗ୍ରାମବାସୀ ମାନେ ବିର ଯବାନ ଙ୍କୁ ତ୍ରିରଙ୍ଗା ପତାକା ଦେଖାଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ଗ୍ରାମ ର ଆରାଧ୍ୟ ଦେବତା ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ବାଜାଗାଯା ବଜାଇ ନାଚଗୀତ ରେ ଯୁବକ ଯୁବତୀ ମାନେ ବିର ଯବାନ ଙ୍କୁ ଭାରତ ମାତା କି ଜୟ, ଜୟ ଯବାନ କହି ଗ୍ରାମ ରେ ଏକ ଭବ୍ୟ ଶୋଭାଯାତ୍ରାରେ ପରିକ୍ରମା ପୂର୍ବକ ଘର କୁ ପାଛୋଟି ନେଇଥିଲେ। ଯବାନ ଙ୍କ ମା ନିଜ ପୁଅ କୁ ପାଖରେ ପାଇ ଆତ୍ମହରା ହୋଇ ପଡ଼ିଥିବା ବେଳେ ସ୍ତ୍ରୀ, ଝିଅ ପୁଅ ମାନେ ବାପା ଙ୍କୁ ସଲାମୀ ଦେଇ ସ୍ୱାଗତ କରିଥିଲେ। ସେବା ନିବୃତ ଯବାନ ଭୋଳାନାଥ ଆଗକୁ ନିଜ ଅଞ୍ଚଳ ପାଇଁ ସମାଜସେବୀ ଭାବେ କାର୍ଯ୍ୟ କରି ନିଜ ଜୀବନ କୁ ଅତିବାହିତ କରିବି ବୋଳି କହିଛନ୍ତି। ଦେଶସେବା ପାଇଁ ଗ୍ରାମ ର ଜଣେ ଯବାନ ଙ୍କୁ ଫେରିବା ପରେ ବଙ୍ଗୋମୁଣ୍ଡା ଗ୍ରାମବାସୀ ଙ୍କ ପକ୍ଷରୁ ଉତ୍ସବ ର ମାହୋଲ ଦେଖିବାକୁ ମିଳିଛି।