Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ସାଂସ୍କୃତିକ ଉତ୍ସବ ବ୍ରହ୍ମପୁର ମହୋତ୍ସବ ଜାନୁୟାରୀ ୧୧ ରୁ ୧୬

ବ୍ରହ୍ମପୁର :ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ସମାଜ ସେବା ଅନୁଷ୍ଠାନ ପକ୍ଷରୁ ବହୁବର୍ଷ ଧରି ଆୟୋଜନ ହୋଇ ଆସୁଥିବା ଓଡ଼ିଶା ର ଅନ୍ୟତମ ଆକର୍ଷଣୀୟ ବିଶାଳ ସାଂସ୍କୃତିକ ମହୋତ୍ସବ ଜନସାଧାରଣ ଙ୍କ ଅନୁରୋଧ କ୍ରମେ ଦୀର୍ଘ ଆଠ ବର୍ଷ ବ୍ୟବଧାନରେ ଆସନ୍ତା ଜାନୁୟାରୀ ଜାତୀୟ ଯୁବ ସପ୍ତାହ ଅବସରରେ ୧୧ ରୁ ୧୬ ତାରିଖ ମଧ୍ୟରେ ଖଲିକୋଟ ବିଶ୍ଵବିଦ୍ୟାଳୟ ଗ୍ରାଉଣ୍ଡ ରେ ଆୟୋଜନ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି। ୬ ଦିନ ବ୍ୟାପୀ ଏହି ବିଶାଳ ମହୋତ୍ସବ ରେ କୁଟୀର ଶିଳ୍ପ , ଶିକ୍ଷାନୁଷ୍ଠାନ, ପ୍ରକାଶକ, ସରକାର ଙ୍କ ବିଭିନ୍ନ ବିଭାଗ ସହ ରାଜ୍ୟ ବାହାର ର ବିଭିନ୍ନ ଷ୍ଟଲ ସହ ସ୍ଥାନୀୟ କଳାକାର ଙ୍କ ସମେତ ଜାତୀୟ ଆନ୍ତର୍ଜାତୀୟ ସ୍ତରର ନୃତ୍ୟ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଜୀବ। ପ୍ରତ୍ୟେକ ଦିନ ଦକ୍ଷିଣ ଓଡ଼ିଶା ର ଶିକ୍ଷା, ସାଂସ୍କୃତିକ, ସ୍ବାସ୍ଥ୍ୟ, ପର୍ଯ୍ୟଟନ ତଥା ବିକାଶ ସମ୍ପର୍କରେ ଆଲୋଚନା ସହ ଏକ ସ୍ମରଣିକା ପ୍ରକାଶ କରାଯିବ । ବିଭିନ୍ନ ଦିନରେ ମହାମହିମ ରାଜ୍ୟପାଳ, ପୂର୍ବତନ ରାଜ୍ୟପାଳ, କେନ୍ଦ୍ର ତଥା ରାଜ୍ୟ ମନ୍ତ୍ରୀ, ବରିଷ୍ଟ ପ୍ରସାଶନିକ ଓ ପୋଲିସ ଅଧିକାରୀ, ଅଭିନେତା, ସାହିତ୍ୟିକ , ଗଣମାଧ୍ୟମ ବ୍ୟକ୍ତିତ୍ଵ ମାନଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯିବା ସ୍ଥିର ହୋଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ, ଆଲୋଚନା, ସାହିତ୍ୟ ଆସର ସହ ବଡି ବିଲିଡ଼ିଂ, ବକ୍ସିଙ୍ଗ ସହ ଯୁବକ ଛାତ୍ର ଛାତ୍ରୀ ଓ ମହିଳାଙ୍କ ନିମନ୍ତେ ପ୍ରତିଯୋଗିତା ଓ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା। ଦୀର୍ଘ ବର୍ଷ ବ୍ୟବଧାନରେ ଏହି ଉତ୍ସବ ଆୟୋଜନ ହେଇଥିବାରୁ ସଂସ୍କୃତି ପ୍ରେମୀ ତଥା ସହର ବାସୀ ଙ୍କ ସମତେ ବିଭିନ୍ନ ମହଲରୁ ସ୍ଵାଗତ କରାଯାଇଛି । ଏହାକୁ ସଫଳ କରିବା ନିମନ୍ତେ ଜନ ପ୍ରତିନିଧି, ପ୍ରସାଶନିକ ଓ ପୋଲିସ ଅଧିକାରୀ, ବିଭିନ୍ନ ସଙ୍ଗଠନ ପ୍ରତିନିଧି ଙ୍କୁ ନେଇ ଏକ ବୈଠକ ଅତି ଶୀଘ୍ର କରାଯିବ ବୋଲି ସାଧାରଣ ସମ୍ପାଦକ ଶ୍ରୀ ପ୍ରସାନ୍ତ ପାତ୍ର ଓ ମହୋତ୍ସବ ସମ୍ପାଦକ ଶ୍ରୀ ଗୋପାଳ ପଟ୍ଟନାୟକ ସନୀୟ ଗାୟତ୍ରୀ ହୋଟେଲ ସମ୍ମିଳନୀ ପ୍ରୋକଷ୍ଟରେ ଗତ ରବିବାର ଦିନ ପ୍ରାକ୍ ପ୍ରସ୍ତୁତି ବୈଠକ ଅବସରରେ ସୂଚନା ଦେଇଛନ୍ତି। ବିଶିଷ୍ଟ ସଂଗଠକ ତଥା ଉଭୟ ଅନୁଷ୍ଠାନ ର ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକରେ ଶ୍ରୀ ଭିଷ୍ମାଚାର୍ୟ୍ଯ ଚୌଧୁରୀ, ଅନିଲ ପାତ୍ର, ଶ୍ରୀମତି ସସ୍ମିତା ମିଶ୍ର, ଶ୍ରୀ କାର୍ତ୍ତିକ ପାଣିଗ୍ରାହୀ, ସୁରେଶ ତ୍ରିପାଠୀ, ହରୀକୃଷ୍ଣ ମିଶ୍ର, ଡ ଧନ ଲକ୍ଷ୍ମୀ ପଟ୍ଟନାୟକ, ବିଶ୍ଵନାଥ ପଟ୍ଟନାୟକ, ଶ୍ରୀମତି ବନ୍ଦିତା ତ୍ରିପାଠି, ଶ୍ରୀକାନ୍ତ ସାବତ, ଶ୍ରୀ ସଞ୍ଜୟ ମାଝୀ, ଶ୍ରୀ ଆଶିଷ ପାଢ଼ୀ,ଶ୍ରୀ ପ୍ରକାଶ ଭାଜନି, ଅନନ୍ତ ପ୍ରଧାନ, ମହମ୍ମଦ ଆସଲାମ ପ୍ରମୁଖ ସମେତ ବହୁ ସଦସ୍ୟା ସଦସ୍ୟ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ” ବ୍ରହ୍ମପୁର ମହୋତ୍ସବ” ଗୋଟିଏ ବ୍ୟକ୍ତି ବା ଗୋଟିଏ ଅନୁଷ୍ଠାନ ର ନୁହେଁ, ଏହି ଉସ୍ତଵ୍ ସମସ୍ତ ଙ୍କ ର ଏଣୁ ଏହାକୁ ସଫଳ କରିବା ନିମନ୍ତେ ସମସ୍ତଙ୍କ ସହୋଜୋଗ ସଭାପତି ଶ୍ରୀ ସାବତ କାମନା କରିଛନ୍ତି।