Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ଆଦର୍ଶ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉଦଘାଟିତ।

କଳାହାଣ୍ଡି:୧୦/୧୨
ରିପୋର୍ଟ—ସନତ ପ୍ରଧାନୀ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଙ୍ଗୋମୁଣ୍ଡା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ମଙ୍ଗଳବାର ଉଦଘାଟିତ ହୋଇଯାଇଛି। ଓଏଭି ର ଭାରପ୍ରାପ୍ତ ଅଧ୍ୟକ୍ଷା ନିଝୁମ ରାଣୀ ପଣ୍ଡିତ ଙ୍କ ତତ୍ୱାବଧାନ ରେ ନିକଟସ୍ଥ ଖେଳ ପଡିଆ ରେ କ୍ରୀଡା ପତାକା ଉତ୍ତୋଳନ ପରେ କ୍ରୀଡା ଦିବସ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କୋକସରା ପୋଲିସ ଏସ.ଆଇ ହେମନ୍ତ କୁମାର ପାତ୍ର ଯୋଗଦେଇ ପାଠ ସହିତ ଛାତ୍ର ଜିବନ ରେ କ୍ରୀଡା ର ଯଥେଷ୍ଟ ଗୁରୁତ୍ୱ ରହିଛି, ଶାରୀରିକ କ୍ରୀଡା ଦ୍ୱାରା ଆମ ଶରୀର ସୁସ୍ଥ ରହିବା ସହ ମାନସିକ ସନ୍ତୁଳନ ଠିକ ରୁହେ, କ୍ରୀଡା କ୍ଷେତ୍ରରେ ଆଜି ଅନେକ ପ୍ରତିଭାବାନ ଖେଳାଳି ଆମ ଦେଶର ନାମ ସାରା ବିଶ୍ବ ରର ଗୌରାବାନ୍ୱିତ କରିଛନ୍ତି। ଏଣୁ ତମେ ମଧ୍ୟ ଜଣେ ଜଣେ ଭଲ ଖେଳାଳି ହୋଇ ସ୍କୁଲ ତଥା ରାଜ୍ୟ ଓ ଦେଶ ର ଟେକ ରଖ ବୋଳି ପରାମର୍ଶ ଦେଇଥିଲେ। ଏହି ଅବସରରେ ରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଲଙ୍ଗ ଜମ୍ପ, ହାଇ ଜମ୍ପ,୧୦୦,୨୦୦ ମିଟର ରନ ଓ ଅନ୍ୟାନ୍ୟ କ୍ରୀଡା ଅନୁଷ୍ଠିତ ହୋଇଯାଇଛି। ଆସନ୍ତା କାଲି ବାର୍ଷିକ କ୍ରୀଡା ଉତ୍ସବ ର ଉଦଯାପନି କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମ କୁ ଓଏଭି ର କ୍ରୀଡା ଶିକ୍ଷକ ପରିଚାଳନା କରିଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ