Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ରେ ଯୋଗଦେଲେ ନୂତନ ଗୋଷ୍ଠି ଉନ୍ନୟନ ଅଧିକାରୀ।

କଳାହାଣ୍ଡି:୧୩/୧୦
ଗୁରୁବାର କୋକସରା ବ୍ଲକ ରେ ନୂତନ ଗୋଷ୍ଠି ଉନ୍ନୟନ ଅଧିକାରୀ ଭାବେ ହିମାଞ୍ଚଳ ମାଝୀ ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ସେ ମାଲକାନଗିରି ଜିଲ୍ଲା ମାଥିଲି ରେ ବିଡ଼ିଓ ଭାବେ ଅବସ୍ଥାପିତ ଥିଲେ। ରାଜ୍ୟ ସରକାର ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଗତ ସେପ୍ଟେମ୍ବର ମାସ ରେ ବାହାରିଥିବା ନିର୍ଦ୍ଦେଶ ଅନୁଯାୟୀ ଆଜି ସେ କୋକସରା ବିଡ଼ିଓ ଭାବେ ଯୋଗଦାନ କରିଛନ୍ତି। କୋକସରା ଭାରପ୍ରାପ୍ତ ବିଡ଼ିଓ ବିଶ୍ୱନାଥ ରାଉତ ଙ୍କ ନିକଟରୁ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ତାଙ୍କୁ ବ୍ଲକ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଭାରପ୍ରାପ୍ତ ବିଡ଼ିଓ ଶ୍ରୀ ରାଉତ, ବିଏସଏସଓ ଦୀପକ କୁମାର ବେହେରା,ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନ, ଆକାଉଣ୍ଟ ଅଧିକାରୀ ଅଶୋକ କୁମାର ସେଠୀ, କନିଷ୍ଠ ଯନ୍ତ୍ରୀ କୀର୍ତ୍ତି ବେହେରା, ମୁଖ୍ୟ କିରାଣୀ ବିନୋଦ ନାଏକ, କନିଷ୍ଠ କିରାଣୀ ରଞ୍ଜନ ରାଉତ ସମେତ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ଥିଲେ । କୋକସରା ବ୍ଲକ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ ମଧ୍ୟ ବିଡ଼ିଓ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ନୂତନ ବିଡ଼ିଓ ଶ୍ରୀ ମାଝୀ ବ୍ଲକ ର ଉନ୍ନୟନ କାର୍ଯ୍ୟ ରେ ସମସ୍ତ ଙ୍କ ସହଯୋଗ କାମନା କରିଛନ୍ତି।