Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀ ପୂଜା ଅବସରରେ ଶ୍ରୀ ଆଶ୍ରିବାଦ ମହାରାଜ ଙ୍କ ଦିବ୍ୟ ପ୍ରବଚନ ଉଦଯାପିତ।

କଳାହାଣ୍ଡି:୧୪/୧୨
ରିପୋର୍ଟ—ସନତ ପ୍ରଧାନୀ
କଳାହାଣ୍ଡି ଜିଲ୍ଲା କୋକସରା ସଦର ମହକୁମା ଜଗନ୍ନାଥ ମନ୍ଦିର କମିଟି ତଥା ଗ୍ରାମବାସୀ ଙ୍କ ମିଳିତ ଭାବେ ଲକ୍ଷ୍ମୀ ପୂଜା ମହା ଆଡମ୍ବରରେ ତିନିଦିନ ଧରି ଅନୁଷ୍ଠିତ ହୋଇଥିବା ବେଳେ ଏହି ଅବସରରେ ଶ୍ରୀ ଆଶ୍ରିବାଦ ଜି ମହାରାଜ ଙ୍କ ଦିବ୍ୟ ପ୍ରବଚନ କଥାମୃତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରତି ଦିନ ସନ୍ଧ୍ୟାରେ ପ୍ରବଚନ ଶ୍ରବଣ କରିବାକୁ ଶତାଧିକ ପୁରୁଷ ମହିଳା ଶ୍ରଦ୍ଧାଳୁ ମାନେ ଲକ୍ଷ୍ମୀ ପୂଜା ମଣ୍ଡପ ରେ ଉପସ୍ଥିତ ରହି ବାବା ଙ୍କ ମୁଖ ରୁ ଲକ୍ଷ୍ମୀ ଠାକୁରାଣୀ କଥା ଉପରେ ପ୍ରବଚନ ଶୁଣିବା ସହ ଦେବୀ ଲକ୍ଷ୍ମୀ ଙ୍କ ସାନିଧ୍ୟ ଲାଭ କରିଥିଲେ।ପ୍ରବଚନ କାର୍ଯ୍ୟକ୍ରମ ଶୁକ୍ରବାର ରାତିରେ ଉଦଯାପିତ ହୋଇଥିବା ବେଳେ ପୂଜା କମିଟି ପକ୍ଷରୁ ତିନିଦିନ ଧରି ଅନ୍ନଭୋଗ ସହ ପ୍ରସାଦ ବଣ୍ଟନ କରାଯାଇଥିଲା। ପୂଜାକର୍ତ୍ତା ଭାବେ କିଶୋର ଚନ୍ଦ୍ର ପ୍ରଧାନୀ ପତ୍ନୀ ସାରଙ୍ଗିନୀ ପ୍ରଧାନୀ ପୂଜାବିଧି ତୁଲାଇଥିଲେ। ପୂଜା କମିଟି ସଭାପତି କୈଳାଶ ଚନ୍ଦ୍ର ଦାସ,ଉପ ସଭାପତି ଲଳିତ ଶବର,ସମ୍ପାଦକ ମୋକ୍ଷ୍ୟ ରାମ ପ୍ରଧାନୀ, ସହ ସମ୍ପାଦକ ବସନ୍ତ ପଟ୍ଟନାୟକ, କୋଷାଧ୍ୟକ୍ଷ ଜିତେନ୍ଦ୍ର ପ୍ରଧାନୀ, ରାମ ନାରାୟଣ ପ୍ରଧାନୀ,ଆଦିତ୍ୟ କୁମାର ପ୍ରଧାନୀ,ସୁବୋଧ କୁମାର ପ୍ରଧାନୀ, ଦେବାନନ୍ଦ ପଟ୍ଟନାୟକ, ଅଶୋକ ପଟ୍ଟନାୟକ,ଲଳିତ ମୋହନ ପ୍ରଧାନୀ, ଆକାଶ ନାୟକ, ହରି ମାଝୀ, ସେବକ କବି ମାଝୀ ସମେତ ଗ୍ରାମବାସୀ ମାନେ ପୂଜାକାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।