Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଙ୍କିତା ପ୍ରଜ୍ଞାଶ୍ରୀ ବିଶ୍ବାଳଙ୍କୁ ସ୍ବର୍ଣ୍ଣ ପଦକ

ସମ୍ବଲପୁର: ନାକଟିଦେଉଳ ବ୍ଲକ୍ ଅନ୍ତର୍ଗତ ମହୁକୁଦ ଗ୍ରାମ ର ବିିଶିଷ୍ଠ ସାହିତ୍ୟିକ ଅବଧୂତ ବିଶ୍ବାଳ ଙ୍କ ନାତୁଣି ତଥା ବଲାଙ୍ଗିର ଜିଲ୍ଲା ର ମଙ୍ଗଳ ଅଧିକାରୀ ଅଲେଖ ବିଶ୍ବାଳ ଙ୍କ କନିଷ୍ଠ କନ୍ୟା ଅଙ୍କିତା ପ୍ରଜ୍ଞାଶ୍ରୀ ବିଶ୍ବାଳ (ଇଶା) ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ ଅଧୀନ ରେ ହୋଇଥିବା ସ୍ନାତ୍ତୋକତ୍ତର ଶିକ୍ଷା ପରୀକ୍ଷା ରେ ସର୍ବୋଚ୍ଚ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏଥିପାଇଁ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ ର ସମାବର୍ତ୍ତନ ସମାରୋହ ରେତାଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଛି।ଅଙ୍କିତା ଜଣେ ମେଧାବୀ ତଥା ସର୍ବଗୁଣ ସମ୍ପନ୍ନା ଛାତ୍ରୀ ଅଟନ୍ତି। ତାଙ୍କ ସଫଳତା ପାଇଁ ବହୁ ବିଶିଷ୍ଠ ବ୍ୟକ୍ତି ମାନେ ଅଭିନନ୍ଦନ ଜଣାଇଛନ୍ତି।