Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଏଭି କୋକସରା ଆବେଗ” ୭ ବାର୍ଷିକ ଉତ୍ସବ ଅନୁଷ୍ଠିତ, ଶିକ୍ଷା କୁ ଜୀବନ ର ଲକ୍ଷ୍ୟପଥ କରିବାକୁ ପରାମର୍ଶ।

କଳାହାଣ୍ଡି:୨୦/୧୨
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ସ୍ଥିତ ବଙ୍ଗୋମୁଣ୍ଡା ଓଡିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷାନୁଷ୍ଠାନ ର ବାର୍ଷିକ ଉତ୍ସବ ଆବେଗ ୭ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନା ର ୭ ବର୍ଷ ମଧ୍ୟରେ ବିଦ୍ୟାଳୟ ର ଅନେକ ଛାତ୍ରଛାତ୍ରୀ ମାନେ ଶିକ୍ଷା, କ୍ରୀଡା ସହ ବିଭିନ୍ନ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପାଇଁ କୃତିତ୍ୱ ଅର୍ଜନ କରି ବିଦ୍ୟାଳୟ ର ଟେକ ରଖିଛନ୍ତି। ଗତକିଛି ଦିନତଳେ ବିଦ୍ୟାଳୟ ର ନବମ ଶ୍ରେଣୀର ଛାତ୍ର ପ୍ରୟାଗରାଜ ପଣ୍ଡା ଯୁବ ଜ୍ୟୋତିର୍ବିଜ୍ଞାନୀ ଭାବେ ଜିଲ୍ଲା ରୁ ମନୋନୀତ ହୋଇ ଇସ୍ରୋ ଯିବା ପାଇଁ ଚୟନ ହୋଇ ବିଦ୍ୟାଳୟ ର ନାଁ ରଖିଛନ୍ତି। ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଓଏଭି ଭାରପ୍ରାପ୍ତ ଅଧ୍ୟକ୍ଷା ନିଝୁମ ରାଣି ପଣ୍ଡିତ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କୋକସରା ବିଡ଼ିଓ ଡ଼.ହିମାଞ୍ଚଳ ମାଝୀ, ମୁଖ୍ୟ ବକ୍ତା ଭାବେ ସମ୍ବଲପୁର ୟୁନିଭରସିଟି ର ପ୍ରଫେସର ଡ଼. ଗୋପୀନାଥ ବାଗ, ସମ୍ମାନିତ ଅତିଥି ଭାବେ ରାଜ୍ୟ ଓମଫେଡ଼ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀ, ବିଇଓ ସୁଶ୍ରୀ ରଶ୍ମିତା ନେତମ, ପ୍ରଧାନ ଶିକ୍ଷକ ଜବହାର ଉଚ୍ଚ ବିଦ୍ୟାଳୟ ସୁଧୀର କୁମାର ପଣ୍ଡା ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ଜୀବନ ର ଲକ୍ଷ୍ୟ ପଥ ରେ ପହଞ୍ଚିବାକୁ ହେଲେ ଶିକ୍ଷା ହିଁ ଏକମାତ୍ର ବିକଳ୍ପ,ଏଣୁ ଲକ୍ଷ୍ୟ କୁ ଭେଦ କରିବାକୁ ପରାମର୍ଶ ଦେଇଥିଲେ।ପରେ ବିଦ୍ୟାଳୟ ର ପରୀକ୍ଷା ରେ ସର୍ବୋଚ୍ଚ ନମ୍ବର ରଖି ପାସ କରିଥିବା ଛାତ୍ରଛାତ୍ରୀ ଙ୍କୁ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଭାରତୀ ହୋତା, ପ୍ରଜ୍ଞା ବିନୋଦିନି ଶିକ୍ଷକ କମଳାକାନ୍ତ ସାହୁ ମଞ୍ଚ ସଂଯୋଜନା କରିଥିଲେ। ପରିଶେଷରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।ଏହି ଅବସରରେ ଛାତ୍ରଛାତ୍ରୀ ଙ୍କ ଅଭିଭାବକ ମାନେ ଉପସ୍ଥିତ ରହିଥିଲେ।