Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିପୁଳ ପରିମାଣରେ ହାତରନ୍ଧା ମଦ ଓ ପୋଚ ଉପରେ ଚଢ଼ାଉ,ନଷ୍ଟ କଲେ ଅବକାରୀ ବିଭାଗ।

କଳାହାଣ୍ଡି:୨୦/୧୨
କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ତୁମରିଖୋଲ ଜଙ୍ଗଲ ନିଶା ମାଫିଆ ଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ବେଧଡକ ଭାବେ ଏହି ଜଙ୍ଗଲ ରେ ହାତରନ୍ଧା ଆଇଡି ମଦ ପ୍ରସ୍ତୁତ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ର ଏସ ଆଇ ପ୍ରଦୀପ ମହାନ୍ତି ଙ୍କ ନେତୃତ୍ୱରେ ଜୟପାଟଣା ଅବକାରୀ ବିଭାଗ ଓ ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ମିଳିତ ଭାବେ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ହାତରନ୍ଧା ମଦ ସହ ମହୁଲପୋଚ ନଷ୍ଟ କରିଛନ୍ତି।ଉକ୍ତ ଜଙ୍ଗଲ ବେଆଇନ ମଦ ପ୍ରସ୍ତୁତ ନେଇ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିବା ବେଳେ ୨୮୦ ଆଇଡି ଲିକର ସହ ୪ହଜାର କେଜି ମହୁଲପୋଚ ମଦରନ୍ଧା ସାମଗ୍ରୀ ନଷ୍ଟ କରିଥିବା ସୂଚନା ମିଳିଛି।ତେବେ ଅବକାରୀ ଚଢ଼ାଉ ପୂର୍ବରୁ ନିଶା ମାଫିଆ ମାନେ ଛୁ ଚମ୍ପଟ ମାରିଥିବା ବେଳେ କେହି ଗିରଫ ହୋଇନାହାନ୍ତି। ଏହି ଚଢ଼ାଉ ରେ ଜୟପାଟଣା ଅବକାରୀ ଓଆଇସି ନରେନ୍ଦ୍ର ମିଞ୍ଜ,ଏ.ଏସ.ଆଇ ସତ୍ୟନାରାୟଣ ପ୍ରଧାନ,କନେଷ୍ଟବଳ ଶ୍ରୀକାନ୍ତ ଠାକୁର, ଦୀପ୍ତି ରଞ୍ଜନ ଜେନା,ବଳଭଦ୍ର ପାତ୍ର, ଅର୍ଜୁନ ଧଙ୍ଗଡା ମାଝୀ,ପ୍ରିୟମ୍ବଦା ଜେନା,ଦୀପାଲି ଜେନା