Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀଙ୍କ ବଳିଦାନ ଦିବସ ପାଳିତ

ସମ୍ବଲପୁର:ଆଜି ଓଡିଶା ସାଂସ୍କୃତିକ ସମାଜ ଆନୁକୁଲ୍ୟରେ ସ୍ଵାଧୀନତା ସଂଗ୍ରାମୀ ରେଣ୍ଡୋ ମାଝି ବଳିଦାନ ଦିବସ ସଭାପତି ଡ ପରେଶ ଦାନୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l ସମ୍ପାଦକ ଶ୍ରୀ ଦୀନବନ୍ଧୁ ପଣ୍ଡା ସମସ୍ତଙ୍କୁ ସ୍ଵାଗତ କରି ସ୍ଵାଧୀନତା ସଂଗ୍ରାମୀ ରେଣ୍ଡୋ ମାଝିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଇତିହାସରେ ଶ୍ରୀ ମାଝିଙ୍କ ନାମକୁ ଉଜ୍ଜିବିତ କରି ଅନ୍ୟାନ୍ୟ ଭାଷାରେ ନିବନ୍ଧ ପ୍ରକାଶ କରିବାକୁ କହିଥିଲେ lଏଥିରେ ମୁଖ୍ୟ ବକ୍ତା ଭାବେ ଐତିହାସିକ ଦୀପକ କୁମାର ପଣ୍ଡା ଅନାଲୋଚିତ ସ୍ଵାଧୀନତା ସଂଗ୍ରାମୀ ରେଣ୍ଡୋ ମାଝିଙ୍କ ବଳିଦାନ ଜାତୀୟ ଇତିହାସରେ ତାଙ୍କ ଅବଦାନ ପାଇଁ ପଦକ୍ଷେପ ନେବାକୁ ଆହ୍ଵାନ ଦେଇଥିଲେ l ଶିକ୍ଷାବିତ୍ ଅରବିନ୍ଦ ମହାପାତ୍ର ଓଡ଼ିଶା ସାଂସ୍କୃତିକ ସମାଜ ଏପରି କାର୍ଯ୍ୟକ୍ରମ କରି ଆଗାମୀ ପୀଢିକୁ ସଚେତନ କରିବାରେ ସକ୍ଷମ ହୋଇଥିବାରୁ ପ୍ରଶଂସା କରିଥିଲେ ଶ୍ରୀ ସନ୍ତୋଷ ଦାଶ, ଶ୍ରୀ ବୋଧରାମ ଦାଶ, ସୁବାଷ ପାଣିଗ୍ରାହୀ, ଶ୍ରୀ ସଞ୍ଜୟ କୁମାର ବାବୁ, ଶ୍ରୀ ଦିଲୀପ କୁମାର ବଘାର ଶ୍ରୀ ମାଝିଙ୍କ ଅବଦାନକୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ସଭାପତି ଡ ଦାନୀ ଓଡିଶା ସାଂସ୍କୃତିକ ସମାଜ ତାଙ୍କ ସ୍ମୃତି ଫଳକ କଳାହାଣ୍ଡିର ଉର୍ଲାଦାନୀ ଠାରେ ସ୍ଥାପନା କରିବା ପାଇଁ ନେଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ l ଶେଷରେ ସହ ସମ୍ପାଦକ ଶ୍ରୀ ଲଳିତ ମୋହନ ବେବର୍ତା ଧନ୍ୟବାଦ ଅର୍ପଣ କରିଥିଲେ l