Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପରଲୋକ ରେ ପ୍ରଫେସର ସଞ୍ଚୟ ଶତପଥୀ,କଳାହାଣ୍ଡି ଜିଲ୍ଲାରେ ଶୋକ ର ଛାୟା।

କଳାହାଣ୍ଡି:୨୫/୧୨
କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ ଶତପଥୀଙ୍କ ବୁଧବାର ସକାଳ ୮ଟାରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। କିଛି ଦିନ ତଳେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ କର୍କଟ ରୋଗରେ ଆକ୍ରାନ୍ତ ଥିବାବେଳେ ତାଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌ ମଧ୍ୟ ହୋଇଥିବା ଜଣାପଡିଥିଲା। ଗତ ଅକ୍ଟୋବର ତାରିଖ ଠାରୁ ଦେହ ଅସୁସ୍ଥ ଥିବା ନେଇ ସେ ବିଶ୍ବବିଦ୍ୟାଳୟରୁ ଛୁଟି ନେଇଥିଲେ। ଆଜି ତାଙ୍କ ପରଲୋକ ହୋଇଥିବା ବେଳେ ଏହି ଖବର ଶୁଣି ବିଶ୍ବବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସମେତ କର୍ତ୍ତୃପକ୍ଷ, ଭାରପ୍ରାପ୍ତ କୁଳପତି, କଳାହାଣ୍ଡି ଜିଲ୍ଲାର ଶିକ୍ଷାବିଦ, ରାଜନୈତିକ ନେତା, ସଚେତନ ନାଗରିକ ମାନେ ଶୋକ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ୨୦୨୧ ଏପ୍ରିଲରେ ସେ ମାଣିକେଶ୍ୱରୀ ବିଶ୍ବବିଦ୍ୟାଳୟରେ ଯୋଗଦାନ କରିଥିଲେ। ସେ ଏକାଧାରାରେ ଜଣେ ଶିକ୍ଷାବିତ୍‌, ପ୍ରବଚକ, ସାହିତ୍ୟକ, ସର୍ବୋପରି ଜଣେ ବିଶିଷ୍ଟ ପ୍ରାବନ୍ଧିକ ଭାବରେ ବେଶ୍‌ ଜଣାଶୁଣା। ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନ ସହ ସେ ଦୀର୍ଘବର୍ଷ ହେଲା ଜଡ଼ିତ ରହିଥିଲେ। ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।