Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡ୍ରିମ୍ ଇଣ୍ଡିଆ ସ୍କୁଲର ବାର୍ଷିକ ଉତ୍ସବ

ସମ୍ବଲପୁର:ସ୍ଥାନୀୟ ତପସ୍ଵିନୀ ସଭାଗୃହ,ପାନ୍ଥନିବାସ ଠାରେ ଡ୍ରିମ୍ ଇଣ୍ଡିଆ ସ୍କୁଲର ବାର୍ଷିକ ଉତ୍ସବ ପାଳନ ହୋଇ ଯାଇଛି।ଏହି ଅବସରରେ ମୁଖ ଅତିଥି ଭାବରେ ଡ଼. ଶଙ୍କର ରାମଚନ୍ଦାନୀ (ସହକାରୀ ପ୍ରଫେସର,ଭୀମସାର) ସହ ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ତୋସିନୀ ପଟ୍ଟନାୟକ ପ୍ରଥମେ ବାର୍ଷିକ ବିବରଣୀ ପାଠ କରିଥିଲେ ଓ ତାଙ୍କ ଅଧ୍ୟକ୍ଷତାରେ ସମସ୍ତ କାର୍ଯ୍ୟକ୍ରମ ଠିକ ଭାବରେ ହୋଇଥିଲା।କୁନିକୁନି ଛାତ୍ର ଛାତ୍ରୀ ଙ୍କ ସଙ୍ଗୀତ ପରିବେଷଣ ଓ ବିଭିନ୍ନ ନୃତ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଉପସ୍ଥିତ ଅଭିଭାବକଙ୍କ ମନ ମୋହିଥିଲା।ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଶ୍ରୀରିନ ବାନୋ,ରୀତା ମହାପାତ୍ର,ତୃପ୍ତିମୟୀ ନନ୍ଦ, ଯଜ୍ଞସିନୀ ନାୟକ, ସତ୍ୟଭାମା ଦାଶ, ହେମାଲତା ରାୟ ପ୍ରସାଦ, ରୀନା ଯୋଗୀ, ବିପ୍ଳବ ସିଂନ୍ହା, ଅନ୍ତରୀକ୍ଷା ପଣ୍ଡା, ଚାନ୍ଦିନୀ ସୁନା, ଶଶୀରେଖା ହରିଜନ, ଅଜୟ ସାହୁ, ରଞ୍ଜିତା ପୁରୋହିତ, ଅନୁ ସାହୁ, ଗାୟତ୍ରୀ ସାହୁ, ଅବତୀଶ ସାହୁ ପ୍ରମୁଖଙ୍କ ପ୍ରୟାସ ଓ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା।