Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଜଣା ଗାଡ଼ି ଧକ୍କାରେ ବାଇକ ଚାଳକ ମୃତ୍ୟୁ,କ୍ଷତିପୂରଣ ଦାବି ରେ ଶିଉନି ଠାରେ ଜାତୀୟ ରାଜପଥ ଅବରୋଧ, ୨ ଘଣ୍ଟା ପରେ ରାସ୍ତା ଅବରୋଧ ହଟିଲା।

କଳାହାଣ୍ଡି:୨୮/୧୨(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ ଆମପାଣି ଥାନା ଅନ୍ତର୍ଗତ ମହାଜନଗୁଡା ଓ ଶିଉନି ମଧ୍ୟରେ ଆଜି ଅପରାହ୍ନ ରେ କୌଣସି ଏକ ଅଜଣା ଗାଡି ଧକ୍କା ରେ ସ୍ଥାନୀୟ କେନ୍ଦୁଡଙ୍ଗରୀ ଗ୍ରାମର ଧବଳେଶ୍ବର ବାଗ (୫୨)ବାଇକ ରୁ ପଡି ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ୧୦୮ ଆମ୍ବୁଲାନ୍ସ ରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ଖବର ପରେ ମୃତକ ଙ୍କ ପରିଜନ ଓ ଗ୍ରାମବାସୀ ଙ୍କ ପକ୍ଷରୁ ମହାଜନଗୁଡା ଓ ଶିଉନି ମଧ୍ୟରେ ଦୁର୍ଘଟଣା ଘଟିଥିବା ସ୍ଥାନ ରେ ରାସ୍ତା ଅବରୋଧ କରି ଦୁର୍ଘଟଣା ଘଟାଇଥିବା ଗାଡି କୁ ଠାବ କରିବା ସହ କ୍ଷତିପୂରଣ ଦାବି ରେ ଜାତୀୟ ରାଜପଥ କୁ ଅବରୋଧ କରିଥିଲେ।।ଫଳରେ ଜୟପୁର ଭବାନୀପାଟଣା ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଘଟଣା ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ଆମପାଣି ପୁଲିସ ଓ ଆଇଆରବି ଯବାନ ପହଞ୍ଚି ଆନ୍ଦୋଳନ କାରୀ ଙ୍କୁ ରାସ୍ତା ଅବରୋଧ ରୁ ହଟିବା ପାଇଁ ଆଲୋଚନା ଜାରି ରଖିଥିଲେ। ଆମପାଣି ପୁଲିସ ର ବୁଝାସୁଝା ପରେ ଦିର୍ଘ ୨ ଘଣ୍ଟା ପରେ ରାସ୍ତା ଅବରୋଧ ହଟିବା ପରେ ଜାତୀୟ ରାଜପଥ ଦେଇ ଗାଡି ଚଳାଚଳ ସ୍ବାଭାବିକ ହୋଇଥିବା ଜଣାପଡିଛି।