Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ସ୍ନାତକ ମହାବିଦ୍ୟାଳୟ ରେ ପ୍ରଫେସର ଡ଼. ସଞ୍ଜୟ କୁମାର ଶତପଥୀ ଙ୍କ ବିୟୋଗ ରେ ଶୋକସଭା

କଳାହାଣ୍ଡି:୨୮/୧୨(ସନତ ପ୍ରଧାନୀ)
ମା ମାଣିକେଶ୍ୱରୀ ବିଶ୍ଵ ବିଦ୍ୟାଳୟ ର ପ୍ରଥମ କୁଳପତି ପ୍ରଫେସର କର୍ଣ୍ଣେଲ ସଞ୍ଜୟ କୁମାର ଶତପଥୀ ଙ୍କ ଗତ ୨୫ ତାରିଖରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିଲା। ଦିବଙ୍ଗତ ପ୍ରଫେସର ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଶନିବାର କୋକସରା ପଞ୍ଚାୟତ ସ୍ନାତକ ମହାବିଦ୍ୟାଳୟ ରେ ଏକ ଶୋକସଭା ଅଧ୍ୟକ୍ଷ ପୁଷ୍ପରାଜ ମେହର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଶ୍ରଦ୍ଧାଞ୍ଜଳି ସଭା ରେ ଅମର ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା ପରେ ଉପସ୍ଥିତ ଅଧ୍ୟାପକ,ଅଧ୍ୟାପିକା ମାନେ ପ୍ରଫେସର ଶତପଥୀ ଙ୍କ ସ୍ମୃତି ଚାରଣ ସହ ଶିକ୍ଷା,କଲା, ସଂସ୍କୃତି,ସାହିତ୍ୟ ଜଗତ ସମେତ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ରେ ତାଙ୍କ ଅତୁଳନୀୟ ଅବଦାନ ଚିର ସ୍ମରଣୀୟ ହୋଇ ରହିବ,ରାଜ୍ୟରେ ଜଣେ ଉତ୍ତମ ଉପସ୍ଥାପକ ଭାବେ ସେ ଅନନ୍ୟ ପରିଚୟ ର ଅଧିକାରୀ ଥିଲେ। କୋକସରା ସ୍ନାତକ ମହାବିଦ୍ୟାଳୟ ପ୍ରତି ତାଙ୍କର ର ଅନେକ ଅବଦାନ ଚିର ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ। କାର୍ଯ୍ୟକ୍ରମ ଅଧ୍ୟାପକ ଐରି ନାସନ ଚିନ୍ଦା, ଅଶ୍ୱିନୀ କୁମାର ପଟ୍ଟନାୟକ, ସୁବ୍ରତ କୁମାର ବେହେରା, ଅଧ୍ୟାପିକା କନକ ମଞ୍ଜରୀ ବେହେରା, ଶୁଭଶ୍ରୀ ସାହୁ କର୍ମଚାରୀ ଜିତେନ୍ଦ୍ର ପ୍ରଧାନୀ, ସୁନିଲ କୁମାର ପ୍ରଧାନୀ,ପୁଷ୍ପିତା ବିଶି,ଉଜାଗର ମାଝୀ, ଲାଲୁ ପ୍ରସାଦ ପ୍ରଧାନୀ, ତପନ କୁମାର ବିଶି, ପୀତବାସ ରାଉତ, ବିଷ୍ଣୁ ବିଶି ସମେତ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ସଭା ରେ ଦିବଙ୍ଗତ ଆତ୍ମା କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।