Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାବେକୋହରା ଠାରେ କାଳୀକୃଷ୍ଣ ସଂଘର ସଂକଳ୍ପ ଦିବସ ପାଳନ ।

କଳାହାଣ୍ଡି: ୦୧/୦୧(ସନତ ପ୍ରଧାନୀ)
କାଳୀକୃଷ୍ଣ ସଂଘର ପ୍ରତିଷ୍ଠାତା ସଦଗୁରୁଦେ ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ଉଦ୍ଧିପିକାରେ କହିଛନ୍ତି-“ନିଶାମୁକ୍ତ ଜୀବନ ଦୁଃଖ ମୁକ୍ତ ଜୀବନ”। ଏହି ଉକ୍ତି ତଥା ପ୍ରାକୃତିକ ବିପର୍ଯ୍ୟୟରୁ ମୁକାବିଲା ପାଇଁ ମହାଯଜ୍ଞ ଆୟୋଜନ, ବ୍ୟାପକ ସଂଖ୍ୟାରେ ବୃକ୍ଷରୋପଣ କରି ପର୍ଯ୍ୟାବରଣର ସନ୍ତୁଳନ ରଖିବାକୁ ପ୍ରେରଣା ଦେଇଛନ୍ତି। ଶ୍ରୀଗୁରୁଙ୍କର ଏହି ମାନବୀୟ ମୂଲ୍ୟବୋଧର ସୁରକ୍ଷା ନିମନ୍ତେ ପ୍ରତିବର୍ଷ ଜାନୁଆରୀ ପହିଲାକୁ ସଂକଳ୍ପ ଦିବସ ଭାବରେ କାଳୀକୃଷ୍ଣ ସଂଘ ପାଳନ କରି ବିଭିନ୍ନ ପ୍ରକାରର ସଚେତନତା ଉଦ୍ଦେଶ୍ୟରେ ସଂକଳ୍ପ କରି ବର୍ଷ ତମାମ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥାଏ। ନିଶା ମୁକ୍ତ ବ୍ୟକ୍ତି ପରିବାର ଓ ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥାଏ । ନିଶାମୁକ୍ତି ଦିଏ ସମ୍ମାନ, ଅର୍ଥ, ରୋଜଗାର ଓ ସ୍ଵାବଲମ୍ବନ। ଆଧ୍ୟାତ୍ମିକତା ଦିଏ ଶୃଙ୍ଖଳା ସହ ନିଶାମୁକ୍ତ ହେବା ପାଇଁ ଦୃଢ ସଂକଳ୍ପ । ତେଣୁ ଆଧ୍ୟାତ୍ମିକତା ପ୍ରତି ଆକୃଷ୍ଟ ହେବାକୁ ଯୁବପିଢୀକୁ କାଳୀକୃଷ୍ଣ ସଂଘ ପରିଚାଳକ ଶ୍ରୀ ଜଗଦାନନ୍ଦଜୀ ପ୍ରବଚନ ମାଧ୍ୟମରେ ଆହ୍ବାନ ଦେଇଥିଲେ । ଏହି ଅବସରରେ ଆମପାଣି ଠାରେ ନିଶାମୁକ୍ତ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ପଦଯାତ୍ରାରେ ଶ୍ରୀ ଜଗଦାନନ୍ଦଜୀଙ୍କ ସମେତ କାଳୀକୃଷ୍ଣ ସଂଘର କର୍ମକର୍ତ୍ତା ଓ ଭାଇଭଉଣୀମାନେ ସାମିଲ ହୋଇ ବିଭିନ୍ନ ନାରାଦେଇ ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ବୁଢାରଜା ମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ପରେ ପରେ ବଡପୋଡାଗୁଡା ପଞ୍ଚାୟତ ଅନ୍ତର୍ଗତ ବାବେକୋହରା ଖେଳପଡିଆ ଠାରେ ସଂକଳ୍ପ ଦିବସ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଧର୍ମଗଡ ବିଧାୟକ ଶ୍ରୀ ସୁଧିର ରଞ୍ଜନ ପାଟ୍ଟଯୋଶୀ, କାଳୀକୃଷ୍ଣ ସଂଘ ପ୍ରମୁଖ ଶ୍ରୀ ଜଗଦାନନ୍ଦଜୀ, ବେଦବ୍ରହ୍ମା ଶ୍ରୀ ସରୋଜାନନ୍ଦଜୀ, ସଭାପତି ଶ୍ରୀ ସଂଜୟ କୁମାର ପଣ୍ଡା ମଞ୍ଚାସୀନ ଥିଲେ। ନିରନ୍ତର ସେବାପାଇଁ ଶ୍ରୀ ସର୍ବାନନ୍ଦ, ଶ୍ରୀ ଦେବାନନ୍ଦ, ଶ୍ରୀ ଗଣେଷ ରାମ ଅଗସ୍ତି, ଶ୍ରୀ ଅରୁଣ କୁମାର ମହାନ୍ତି ଓ ଶ୍ରୀମତୀ ଅମୀତା ମିଶ୍ରଙ୍କୁ ଶ୍ରୀଜଗଦାନନ୍ଦଜୀ ସେବାପତ୍ର ପ୍ରଦାନ କରିଥିଲେ। କାଳୀକୃଷ୍ଣ ସଂଘର ୪୨ତମ ବାର୍ଷିକ ଉତ୍ସବ ତଥା ଶ୍ରୀ ଶ୍ରୀ ମହାବିଷ୍ଣୁ ଯଜ୍ଞ ସାନପୋଡାଗୁଡା, କୋକସରା ବ୍ଲକ କଳାହାଣ୍ଡି ଠାରେ ୨୮ ମାର୍ଚ୍ଚ ରୁ ୩୧ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ହେବ ବୋଲି ଘୋଷଣା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରୀ କ୍ରିୟାନନ୍ଦ,ଶ୍ରୀ ପ୍ରିୟାନନ୍ଦ, ଶ୍ରୀ ମାଧବାନନ୍ଦ, ଶ୍ରୀ ମୁକୁନ୍ଦାନନ୍ଦ, ଲକ୍ଷ୍ମୀକାନ୍ତ ଖମାରୀ, ଜିତେନ୍ଦ୍ର କୁମାର ପଣ୍ଡା,ତନୁକଲାଲ ନାଗ, ନବୀନ ରାଉତ , ତପନ ନାଏକ, ଅଚ୍ୟୁତ ଭଏସାଲ,ଦିଲ୍ଲୀପ ଠାକୁର, ଭୁବନେଶ୍ୱର ନାଏକ, ନିତ୍ୟାନନ୍ଦ ଧଙ୍ଗଡାମାଝୀ, ଗୈାରାଙ୍ଗ ପୁଝାରୀ, ଗଜିନ୍ଦ୍ର ଭଏସାଲ, ବସନ୍ତ ଦାଶ,ବିଶ୍ବ ନାଥ ଗଉଡ,ଝସ କେଶରୀ ନାଏକ, ଦୁର୍ବଳ ଧଙ୍ଗଡାମାଝୀ ସମେତ କାଳୀକୃଷ୍ଣ ବାହିନୀ,ପ୍ରଜ୍ଞା ବାହିନୀ ,ମିଡିଆ ସେଲ ସହଯୋଗ କରିଥିବାବେଳେ ବାବାକୋହରା ଶାଖା ସଂଘ କାର୍ଯ୍ୟକ୍ରମ ଆୟୋଜନରେ ସଂପୂର୍ଣ୍ଣ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି , ନବରଙ୍ଗପୁର, କୋରାପୁଟ ଜିଲ୍ଲାରୁ କାଳୀକୃଷ୍ଣ ସଂଘର ଭାଇ , ଭଉଣୀମାନେ ଉପସ୍ଥିତ ଥିଲେ।