Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧନୁଯାତ୍ରା ହେଲା ଶେଷଯାତ୍ରା, ବ୍ରିଜ ରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଜଣେ ମୃତ ।

କଳାହାଣ୍ଡି:୦୩/୧୨
(ସନତ ପ୍ରଧାନୀ)
ଧନୁଯାତ୍ରା ଦେଖି ବିଳମ୍ବିତ ରାତିରେ ଫେରିବା ବାଟରେ ଦୁର୍ଘଟଣାରେ ଜଣ ଙ୍କ ମୃତ୍ୟୁ ହୋଇଛି। ସୂଚନା ମତେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ପର୍ଲା ନଦୀ ବ୍ରିଜ଼ ନିକଟରେ ଗୁରୁବାର ବିଳମ୍ବିତ ରାତ୍ରିରେ ବାଇକ ଦୁର୍ଘଟଣା ରେ ଜଣକର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଧର୍ମଗଡ ଥାନା ମଝେନପଦର ଗାଁ ର ନୀଳାମ୍ବର ନାଏକ ବୟସ ୨୫। ସେ ବେହେରା ରୁ ଦଣ୍ଡପାଟ ଧନୁଯାତ୍ରା ଦେଖି ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ର ଶିକାର ହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇଥିଲେ। ପରିବାର ଲୋକେ ଶୁକ୍ରବାର ସକାଳ ୮ ଟା ରେ ଧର୍ମଗଡ ଥାନା ରେ ଏତଲା ଦେଲା ପରେ ପୋଲିସ ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ରୁ ପ୍ରକାଶ।