Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାଇଚାରର ଏକତା ରେ ଗୁନ୍ଥି ହେଲେ ବାଘ ବଂଶୀୟ ପରିବାର, ଦେଲେ ଏକତା ର ବାର୍ତ୍ତା।

କଳାହାଣ୍ଡି:୦୬/୦୧
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ବଙ୍ଗୋମୁଣ୍ଡା ଗ୍ରାମ ରେ ବାଘ ବଂଶୀୟ ଭତରା ପରିବାର ଙ୍କ ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭତରା ସମ୍ପ୍ରଦାୟର ଆରାଧ୍ୟ ଦେବତା ଭୈରବ ଦେବ ଙ୍କୁ ପୂଜାର୍ଚ୍ଚନା ପରେ ନବବର୍ଷ ର ଶୁଭେଚ୍ଛା ଆଦାନ ପ୍ରଦାନ କରିଥିଲେ। ପରେ ବଙ୍ଗୋମୁଣ୍ଡିଆ ବାଘ ବଂଶ ସମ୍ପର୍କ କମିଟିର ସଭାପତି ଟିକେଚନ୍ଦ୍ର ମାଝୀ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ମୁଖ୍ୟବକ୍ତା ଭାବେ ଭତରା ସମାଜ କର୍ମଚାରୀ ସଂଘ ର ସଭାପତି ଇଂ ତ୍ରୁପ କୁମାର ପାତ୍ରସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଡାବୁଗାଁ ଭୁଜବଲ ମାଝୀ, ଅଵସର ପ୍ରାପ୍ତ ପଞ୍ଚାୟତ ଅଧିକାରୀ ପଦ୍ମ କିଶୋର ପୁଝାରି, ଅବସର ପ୍ରାପ୍ତ ଡିଇଓ ଦୟାନିଧି ପୁଝାରି, ଅଵସର ପ୍ରାପ୍ତ ବିଇଓ ନିର୍ମଳ ପୂର୍ଣ୍ଣଚନ୍ଦ୍ର ନାଏକ, ଜିଲ୍ଲା ଭତରା ସମାଜ ର ସଭାପତି କୈଳାଶ ଚନ୍ଦ୍ର ମାଝୀ,ଉପ ସଭାପତି ଗରୁଡ଼ ଧ୍ୱଜ ମାଝୀ,ବରିଷ୍ଠ ଶିକ୍ଷା ବିଦ ବନମାଳୀ ମାଝୀ,ପଦ୍ମନ ନାଏକ, ବସନ୍ତ ନାଏକ,ଋତୁରାଜ ମାଝୀ, ତରୁଣ ମାଝୀ, ଟିକେ ମାଝୀ, ବସନ୍ତ ମାଝୀ,ସୁଶାନ୍ତ ମାଝୀ ପ୍ରମୁଖ ମଞ୍ଚ ରେ ଉପସ୍ଥିତ ରହି ଭତରା ସମାଜ ର ଏହି ଭାଇଚାରା ର ଉତ୍ସବ ଆମ ସମାଜ ମଧ୍ୟରେ ଏକତା ର ଡୋରି ରେ ଆମକୁ ଗୁନ୍ଥିବା ସହ ଆମ ସମାଜ ର ପରମ୍ପରା,ସଂସ୍କୃତି କୁ ଉଜାଗର କରିବା ସହ ସମାଜରେ ନାରିଶିକ୍ଷା କୁ ସାର୍ବଜନୀନ କରିବା ନେଇ ଗୁରୁତ୍ୱାରୋପ ମତ ଦେଇଥିଲେ। ପରେ ମଞ୍ଚ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ରସିକ ମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ ବଙ୍ଗୋମୁଣ୍ଡା ଭତରା ସମାଜର ଡ଼. ପରମାନନ୍ଦ ପୁଝାରି, ଜଗବନ୍ଧୁ ପୁଝାରି, ଜ୍ୟୋଷ୍ଠ ପୁଝାରି, ଗୌତମ ପୁଝାରି, କ୍ଷୀରସିନ୍ଧୁ ମାଝୀ, ଦୁର୍ଯୋଧନ ପୁଝାରି, ହେମନ୍ତ ମାଝୀ, ତୁଳସିରାମ ପୁଝାରି, ଗଙ୍ଗାଧର ପୁଝାରି, ମୁରଲୀ ପୁଝାରି, ଦୀନବନ୍ଧୁ ପୁଝାରି ସମେତ ବାଘ ବଂଶୀୟ ସାମାଜିକ କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
ଏହି ସମାବେଶରେ କଳାହାଣ୍ଡି, ନବରଙ୍ଗପୁର,ବସ୍ତର ଅଞ୍ଚଳ ରୁ ବାଘ ବଂଶଜ ପରିବାର ର ଶତାଧିକ ପରିବାର ବର୍ଗ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ