Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଂସ୍କୃତିକ ସନ୍ଧ୍ୟା ରେ ଦୁଲୁକିଲା ଗୁଡହାଣ୍ଡି ମଞ୍ଚ,ବିଭିନ୍ନ ପ୍ରତିଭା କୁ ସମ୍ମାନିତ କଲେ ବ୍ଲକ ପ୍ରଶାସନ।

କଳାହାଣ୍ଡି:୦୯/୦୧(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସଵ ଗୁଡହାଣ୍ଡି ମହୋତ୍ସବ ର ପ୍ରଥମ ଦିବସର ସାଂସ୍କୃତିକ ସନ୍ଧ୍ୟାରେ କୋକସରା ବିଡ଼ିଓ ଡ଼.ହିମାଞ୍ଚଳ ମାଝୀ ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୈାରି ଶଙ୍କର ମାଝୀ ଯୋଗଦେଇ କଳାହାଣ୍ଡି ଜିଲ୍ଲା ର ସଂସ୍କୃତି, ପରମ୍ପରା ମିଳନ ର ଏହି ମହୋତ୍ସବ ଜିଲ୍ଲା ଜିଲ୍ଲା ମଧ୍ୟରେ ସମ୍ପର୍କ କୁ ଏକ ନୂଆ ପରିଚୟ ଦେଇଛି ବଳି କହିଛନ୍ତି। ମୁଖ୍ୟବକ୍ତା ଭାବେ କଳାହାଣ୍ଡି ଜିଲ୍ଲାର ସଂସ୍କୃତି ର ଗବେଷକ ସତ୍ୟନାରାୟଣ ମହାପାତ୍ର ଯୋଗ ଦେଇ କଳାହାଣ୍ଡି ମାଟି ପାଇଁ ଗୁଡାହାଣ୍ଡି ମାଟିର ପ୍ରାଚୀନ ସଭ୍ୟତା, ମୋହନଗିରି ଶୈବ ପିଠ ଓ ନର୍ଲା ଅସୁରଗଡ଼ ମୁଦ୍ରାବିନିମୟ କେନ୍ଦ୍ର ବୋଲି ଗବେଷଣାରୁ ଜଣାଯାଏ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଇନ୍ଦ୍ରାବତୀ ଅଧିକ୍ଷଣ ଯନ୍ତ୍ରୀ ତୃପ କୁମାର ପାତ୍ର କଳାହାଣ୍ଡି ର ଆଦିମ ଜନଜାତି ଓ ପରମ୍ପରା ଉପରେ କହିଥିଲେ। ଅନ୍ୟ ଅତିଥି ଙ୍କ ମଧ୍ୟରେ ତହସିଲଦାର ନବୀନ କିଶୋର ପାଢ଼ୀ ମଞ୍ଚାସୀନ ହେଇଥିଲେ। ଏହି ଅବସରରେ ବିଭିନ୍ନ ଶିକ୍ଷା,କଲା, ସାହିତ୍ୟ,କ୍ଷେତ୍ରରେ ପାରଦର୍ଶିତା ଓ ପ୍ରତିଭାବାନ ବ୍ୟକ୍ତି ସଞ୍ଜୟ ପୁରୋହିତ, ସିଦ୍ଧାର୍ଥ ବେଶ୍ରା, ଓଏଏସ ପାଇଥିବା ଦିପ୍ତିମୟୀ ପାଣିଗ୍ରାହୀ, ଶିବାନୀ ନାଏକ, ଦାଶରଥୀ ସରାଫ, ଯୁବକବି ରଜତ ବଂଶଲ, ଯୁବ ଜ୍ୟୋର୍ତିବିଜ୍ଞାନୀ ଇସ୍ରୋ ପାଇଁ ମନୋନୀତ ହୋଇଥିବା ପ୍ରୟାଗ ରାଜ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ପରେ ସାଂସ୍କୃତିକ ନୃତ୍ୟ ମଧ୍ୟରେ ଦିଗପହଣ୍ଡିର ଟେଡି ଡ୍ୟାନ୍ସ, ଟିଟିଲାଗଡ଼ର ଢାପ, ଭୁବନେଶ୍ୱରର ଲାବଣୀ, କଟକ ଶୁଭଶ୍ରୀ ଗ୍ରୁପ, ସାଗର ଗ୍ରୁପ କୋଟପାଟର ଢେମସା ଲୋକନୃତ୍ୟ,କୋକସରା ର ବଜାସାଲ ପରିବେଷିତ ହୋଇଥିଲା। ମଞ୍ଚ ଉପସ୍ଥାପନ ଶିକ୍ଷକ ସୁଧୀର କୁମାର ପଣ୍ଡା, ସଞ୍ଜିବ କୁମାର ପାଢ଼ୀ, ପଙ୍କଜମୁଖ ଚୌଧୁରୀ କରିଥିବା ବେଳେ ସାଂସ୍କୃତିକ ମଞ୍ଚକୁ କୋକସରା ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତ, ସୁଭଶ୍ରୀ ଚୌଧୁରୀ, ରୋଶନୀ ସାହୁ ପ୍ରମୁଖ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ରେ ବ୍ଲକ ପ୍ରଶାସନ ଅଧିକାରୀ, କର୍ମଚାରୀ ସମେତ କଳାହାଣ୍ଡି ଉତ୍ସଵ କମିଟି ର ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ