Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଢେମଶା,ବଜାସାଲ ରେ ଦୁଲୁକିଲା ଉଦଯାପିତ ଗୁଡାହାଣ୍ଡି ମଞ୍ଚ,ଉତ୍ସଵ ରେ ମତୁଆଲା ହେଲେ ଦର୍ଶକ।

କଳାହାଣ୍ଡି:୧୦/୦୧(ସନତ ପ୍ରଧାନୀ)
କୋକସରା ବ୍ଳକସ୍ତରୀୟ କଳାହାଣ୍ଡି ଉତ୍ସବର ଦ୍ବିତୀୟ ସନ୍ଧ୍ୟା କଳାହାଣ୍ଡିର ମାଟି ପାଣି ପବନ ସବୁଠି କଳାର ଛାପ
କୋକସରା ପ୍ରକୃତିର ଅପରୂପ ଶୋଭା ସମ୍ଭାରରେ ବିମଣ୍ଡିତ କଳାହାଣ୍ଡି। ଏହାର ମାଟି,ପାଣି,ପବନ ସବୁଠି କଳାର ଛାପ। ସବୁ କଳାହାଣ୍ଡିଆ ଜଣେ ଜଣେ କଳାକାର। କୋକସରାର ଗୁଡହାଣ୍ଡି ମଞ୍ଚ କଳାହାଣ୍ଡି ଉତ୍ସବ ପାଇଁ ସଜେଇ ହୋଇଛି। କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ଵରୀଙ୍କ ମନ୍ଦିର ଆକୃତିର ମଞ୍ଚ, ଅବିକଳ ମା’ ମାଣିକେଶ୍ଵରୀ ମନ୍ଦିର ଦୃଶ୍ୟ ଭଳି ହୋଇଛି। ଯେଉଁ କାରିଗରୀ ଏହା ନିର୍ମାଣ କାର୍ଯ୍ୟ କରିଛନ୍ତି ସତରେ ତାଙ୍କର ନିପୁଣ କଳାରେ ନିମଗ୍ନ ହୋଇଛନ୍ତି ଦର୍ଶକ ବୋଲି ଗୁରୁବାର ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବର ଦ୍ବିତୀୟ ସନ୍ଧ୍ୟାରେ ମତ ପ୍ରକାଶ ପାଇଛି। କୋକସରା ବ୍ଳକ ଅଧ୍ୟକ୍ଷା ରୀତା ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଳାହାଣ୍ଡି ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି, ମୁଖ୍ୟ ବକ୍ତା ଭାବେ ଡ଼ଃ ଉମେଶ ଚନ୍ଦ୍ର ଶତପଥି, ସମ୍ମାନିତ ଅତିଥି ଭାବେ ସିଡିଓ ଦୟାମୟ ପାଢ଼ୀ, ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ମୌଷଧି ବାଗ, ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ, ରାଜ୍ୟ ଓମଫେଡ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ ପ୍ରମୁଖ ମଞ୍ଚାସୀନ ଥିଲେ। ସାଂସ୍କୃତିକ ସନ୍ଧ୍ୟାରେ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟମାନେ ମଞ୍ଚାସିନ ହୋଇ ବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଛାତ୍ର ଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସିଂଘମ ଡ୍ୟାନ୍ସ ଗ୍ରୁପର ରାଜସ୍ଥାନୀ ନୃତ୍ୟ, ଛଉ ନୃତ୍ୟ ଦିଗପହଣ୍ଡି, ସୋନପୁରର ପାର୍ବା ନୃତ୍ୟ, ଲଗିନ ସାଂସ୍କୃତିକ ଅନୁଷ୍ଠାନ ଭବାନୀପାଟଣା, ସାଗର ଗୃପ କୋଟପାଡ ପ୍ରମୁଖ ଦଳ ଦର୍ଶକଙ୍କ ମନ ମହିଥିଲା। ସେହିପରି କଳାହାଣ୍ଡିର ଅନେକ ଲୋକକଳା ଗୁଡ଼ହାଣ୍ଡି ମଞ୍ଚରେ ପ୍ରଦର୍ଶନ ହୋଇଥିଲା। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଶିକ୍ଷକ ସୁଧୀର ପଣ୍ଡା,ନିଳାମ୍ବର ଦାସ,ଶିକ୍ଷୟିତ୍ରୀ ବନଜିନି ଭରଦ୍ବାଜ, ଜୟଶ୍ରୀ ଵାଲା ନାଏକ, ନିଳିମା ନାଏକ,ରକ୍ତଦାତା ଆକାଶ ରଣା, ଏଏନଏମ ଶ୍ରାବଣୀ ବଚ୍ଛା,ଆଶା କର୍ମି ରମଣୀ ଦଣ୍ଡସେନା, ସଂଯୁକ୍ତା ନାଏକ,ଅଗ୍ନିଶମ ବିଭାଗ, ରାଜ୍ୟ ଭଳିବଲ କୃତିତ୍ୱ ପାଇଁ ଛାତ୍ର ନରୋତ୍ତମ ପଟ୍ଟନାୟକ, ଛାତ୍ରୀ ଜ୍ୟୋତ୍ସ୍ନାମୟୀ ପ୍ରଧାନୀ, ପଥର ଶିଳ୍ପୀ ଗୋବିନ୍ଦ ମାଝୀ, ସଫଳ ଚାଷି ସୁଦର୍ଶନ ପଟେଲ,ଉଷା ରାଣି ପୁଝାରି, ରିକ୍ଷିରାମ ତିୱାରୀଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଦ୍ବିତୀୟ ସଂନ୍ଧ୍ୟାରେ ସୁଧୀର କୁମାର ପଣ୍ଡା, ସଞ୍ଜିବ କୁମାର ପାଢ଼ୀ, ପଙ୍କଜମୁଖ ଚୌଧୁରୀ, କ୍ଷୀରସିନ୍ଧୁ ବାଣୁଆ,କୋକସରା ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତ, ମୋହନ ଚରଣ ବାଶି, ସୁଭଶ୍ରୀ ଚୌଧୁରୀ, ରୋଶନୀ ସାହୁ ପ୍ରମୁଖ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ