Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଡହାଣ୍ଡି ଉତ୍ସଵ ର ଶେଷ ସନ୍ଧ୍ୟାରେ ଅର୍ଚ୍ଚନା ଓ ଅମର ଙ୍କ ଗୀତ ର ଯାଦୁ ରେ ଝୁମିଳେ ଦର୍ଶକ।

କଳାହାଣ୍ଡି:୧୧/୦୧(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକସ୍ତରୀୟ କଳାହାଣ୍ଡି ଉତ୍ସବର ଶେଷ ସାଂସ୍କୃତିକ ସନ୍ଧ୍ୟାରେ ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଗାୟିକା ଅର୍ଚ୍ଚନା ପାଢ଼ୀ ଓ ଅମର ଦାସ ଙ୍କ ଗୀତ ରେ ଝୁମିଳେ ହଜାର ହଜାର ଦର୍ଶକ। ବ୍ଳକ ଅଧ୍ୟକ୍ଷା ରୀତା ଅଗ୍ରୱାଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଳାହାଣ୍ଡି ଉତ୍ସବର ଶେଷ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ବାହିନୀପତି ଯୋଗଦେଇ ମନ ମତାଣିଆ ଅଭିଭାଷଣ ରେ ଉପସ୍ଥିତ ଦର୍ଶକ ଙ୍କୁ ହସ ର ଖୋରାଖ ଦେବାସହ ବ୍ଲକ ସ୍ତରୀୟ ଉତ୍ସଵ ନୁହେଁ, ଏହା ଜିଲ୍ଲା ସ୍ତରୀୟ ଉତ୍ସଵ ରୁ କମ ନୁହେଁ ବୋଳି କହିବା ସହ ବ୍ଲକ ପ୍ରଶାସନ ଓ ଆୟୋଜକ କମିଟି କୁ ପ୍ରସଂଶା କରିଥିଲେ। ସମ୍ମାନିତ ଅତିଥି ଭାବେ ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ,ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଉପସ୍ଥିତ ରହିଥିଲେ। ଏହି ଅବସରରେ କୋକସରା ନାଗରିକ ସମାଜ ପକ୍ଷରୁ ବ୍ଲକ ସ୍ତରୀୟ ଉତ୍ସଵ କୁ ମହୋତ୍ସବ ରେ ପରିଣତ କରି କୋକସରା ବ୍ଲକ ର କଲା ସଂସ୍କୃତି କୁ ଉଜାଗର କରୁଥିବାରୁ ଲୋକପ୍ରିୟ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ, ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଓ ଜନସେବା, ସମାଜସେବା ରେ ଉତ୍ସର୍ଗୀକୃତ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଙ୍କୁ ଉପଢୌକନ ଓ ମାନପତ୍ର ଦେଇ ନାଗରିକ ସମାଜ ର କର୍ମକର୍ତ୍ତା ମାନେ ସମ୍ମାନିତ କରିଥିଲେ। ପରେ ଯୁବବର୍ଗ ର ଲୋକପ୍ରିୟ ଗାୟିକା ଅର୍ଚ୍ଚନା ପାଢ଼ୀ ବଂଶୀବାଲେ ଗୀତ ଓ ଅମର ଦାସ ଙ୍କ କାଣା ହିଁ ଗଲା ସଜନୀ କେ ଗୀତ ରେ ଗୁଡାହାଣ୍ଡି ମଞ୍ଚ ଦୁଲୁକିବା ସହ ହଜାର ହଜାର ଦର୍ଶକ ଝୁମି ଉଠିଥିଲେ । କାର୍ଯ୍ୟକ୍ରମ କୁ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ସମେତ ବ୍ଲକ ବି ଏସ ଏସ ଓ ଦୀପକ କୁମାର ବେହେରା, ଭାରପ୍ରାପ୍ତ ଜିପିଡ଼ିଓ ବିରଞ୍ଚି ଖରସେଲ, କନିଷ୍ଠ ଯନ୍ତ୍ରୀ, ବ୍ଲକ କର୍ମଚାରୀ ସମେତ ଉତ୍ସଵ ପାଳନ ର କର୍ମକର୍ତ୍ତା ମାନେ ୩ ଦିନ ଧରି ପରିଚାଳନା ରେ ସହଯୋଗ କରିଥିଲେ। ଶାନ୍ତି ଶୃଙ୍ଖଳା ପାଇଁ ଏନସିସି, ସ୍କାଉଟ ଛାତ୍ରଛାତ୍ରୀ, ସ୍ଥାନୀୟ ପୁଲିସ ପ୍ରଶାସନ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ