Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ଉତ୍ସଵ ଘୁମୁରା ପାଇଁ ବୁଢ଼ାରଜା ପୀଠ ରୁ ମଶାଲ ଶୋଭାଯାତ୍ରା, ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା।

କଳାହାଣ୍ଡି:୧୩/୦୧(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲାର ର ଐତିହ ଲୋକକଲା,ପରମ୍ପରା ଓ ସଂସ୍କୃତି ର ବାର୍ତ୍ତା ବହନ କରୁଥିବା ଲୋକ ମହୋତ୍ସବ କଳାହାଣ୍ଡି ଉତ୍ସଵ ଘୁମରା ଆସନ୍ତା ୧୪ ତାରିଖ ଠାରୁ ଭବାନୀପାଟଣା ଲାଲ ବାହାଦୂର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ମଙ୍ଗଳବାର କଳାହାଣ୍ଡି ଉତ୍ସଵ ପାଇଁ କୋକସରା ବ୍ଲକ ଆମପାଣି ଶ୍ରୀ ବୁଢ଼ାରଜା ଦେବ ମନ୍ଦିର ରୁ ଆଜ୍ଞାମାଳ ଓ ମଶାଲ ପୂଜାର୍ଚ୍ଚନା ପରେ ନେହେରୁ ଯୁବାକେନ୍ଦ୍ର ର ସ୍ବେଛାସେବୀ ଚରଣ ସିଂ ବାଗ, ଦୁର୍ମାନ୍ୟ ଶବର, ଠାକୁର ନାଏକ ବାଇକ ରେ ମଶାଲ ନେଇ ଭବାନୀପାଟଣା ଅଭିମୁଖେ ଯାତ୍ରା କରିଛନ୍ତି। ବୁଢ଼ାରଜା ମନ୍ଦିର ପରିସର ରେ ମଶାଲ ଶୋଭାଯାତ୍ରା କୁ ସାମାଜିକ କର୍ମି ମନୋରଞ୍ଜନ ବାଣୁଆ, ଭାସ୍କର ରାଓ, ବରାଡ଼ଙ୍ଗା ସମିତି ସଭ୍ୟ ଗୁପ୍ତେଶ୍ଵର ବାଗ ଙ୍କ ଉପସ୍ଥିତି ରେ ଯାତ୍ରା ଆରମ୍ଭ କରିଥିବା ବେଳେ କୋକସରା ବ୍ଲକ ପ୍ରଶାସନ ପକ୍ଷରୁ କୋକସରା ଠାରେ ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା, ଭାରପ୍ରାପ୍ତ ଜିପିଡ଼ିଓ ବିରଞ୍ଚି ଖରସେଲ ଓ ବ୍ଲକ କର୍ମଚାରୀ ମିଶନ ଶକ୍ତି ଗୋଷ୍ଠି ର ମହିଳା ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ ସମ୍ବର୍ଦ୍ଧନା ଦେଇ ମଶାଲ ଯାତ୍ରା କୁ ଭବାନୀପାଟଣା ଅଭିମୁଖେ ବିଦାୟ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ